ଅନୁଗୁଳ: ଅନୁଗୁଳ କ୍ରିକେଟ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ଗୁରୁବାର ସନ୍ଧ୍ୟାରେ ଆୟୋଜିତ ହୋଇଥିଲା। ପୂର୍ବ ଆଶଙ୍କା ଅନୁସାରେ ବୈଠକ ଆରମ୍ଭରୁ ସଂଘର ବରିଷ୍ଠ ସଭ୍ୟ ମାନେ ଗତ ବାରବାଟୀ ମ୍ୟାଚ ପାଇଁ ଆସିଥିବା ପାସ ଗୁଡିକୁ କଣ ପାଇଁ ସେମାନଙ୍କ ଅଗୋଚରରେ ବଣ୍ଟା ଗଲା ବୋଲି ପଚାରିଥିଲେ। ସମ୍ପାଦକଙ୍କ ମାନମୁଖୀ କାରବାରକୁ ସଭ୍ୟ ମାନେ ନିନ୍ଦା କରିଥିଲେ ଅଭିଯୋଗର ଉତ୍ତରରେ ମଞ୍ଚାସିନ କର୍ମକର୍ତା ମାନେ ପାସ ବଣ୍ଟନର ଅବ୍ୟବସ୍ଥା ନେଇ ଦୁଃଖ ପ୍ରକାଶ କରିବା ସହ ଆଗକୁ ଏଭଳି ଭୁଲ ହେବ ନାହିଁ ବୋଲି କହିଥିଲେ। ଏହାପରେ ପରିସ୍ଥିତି ଶାନ୍ତ ପଡିଥିଲା। ବୈଠକରେ ଆସନ୍ତା ସିଲଭର ଜୁବୁଲି ସମାରୋହକୁ କିଭଳି ସରସ ସୁନ୍ଦର କରାଯିବ ସେଥି ନେଇ ଆଲୋଚନା ହୋଇଥିଲା। ସେହିଭଳି କୋଷାଧ୍ୟକ୍ଷ ରଞ୍ଜନ କୁମାର ଧୀରସାମନ୍ତଙ୍କ ଇସ୍ତଫାକୁ ଗ୍ରହଣ କରାନଯାଇ ସେ ପୂର୍ବପରି କାମ କରିବାକୁ ଅନୁରୋଧ କରାଯାଇଥିଲା। ବୈଠକରେ ସଭାପତି ପ୍ରତାପ ପ୍ରଧାନ, ସମ୍ପାଦକ ସାଗର ମିଶ୍ରଙ୍କ ସମେତ ଅନ୍ୟ କର୍ମ କର୍ତା ଓ ସଭ୍ୟ ମାନେ ଯୋଗ ଦେଇଥିଲେ ।
ବାଦ ବିବାଦ ମଧ୍ୟରେ କ୍ରିକେଟ ସଂଘର କାର୍ଯ୍ୟକାରିଣୀ ବୈଠକ
- Post published:June 17, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul