CADLAB

ବନ୍ଦ୍ ଘରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ସନ୍ଦେହ

0

ଅନୁଗୁଳ: ଶୁକ୍ରବାର ଭୋର୍ ବେଳେ ତାଳଚେର ବ୍ଲକ୍ ତଥା ବିକ୍ରମପୁର ଥାନା ଇଲାକା ସାନଯୋରଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି। ବନ୍ଦ୍ ଘରୁ ଏକ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଦ୍ୟୁତ ସର୍ଟ ସର୍କିଟରୁ ରୁମ୍ ଧୂଆଁମୟ ହୋଇଯିବାରୁ ଶ୍ୱାସରୁଦ୍ଧ ହୋଇ ସ୍ବାମୀ ସ୍ତ୍ରୀ ମୃତ୍ୟୁ ମୁଖରେ ପଡିଥିବା ପରିବାର ପକ୍ଷରୁ କୁହାଯାଇଛି।
ପ୍ରକାଶ ଯେ, ତାଳଚେର ନିର୍ବାଚନ ମଣ୍ଡଳୀ କର୍ଣ୍ଣପୁର ଗ୍ରା.ପ ଅନ୍ତର୍ଗତ ସାନଜୋରଡ଼ା ଗ୍ରାମର ଦୁଃଖବନ୍ଧୁ ସାହୁ ଓ ତାଙ୍କ ସ୍ତ୍ରୀ ପାଞ୍ଚାଳୀ ଗତରାତିରେ ଖାଇପିଇ ଶୋଇବାକୁ ଯାଇଥିଲେ। ଆଜି ଭୋର୍ ବେଳେ କିନ୍ତୁ ଘର ଭିତରେ ଉଭୟଙ୍କର ପ୍ରାଣବାୟୁ ଉଡିଯାଉଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପହଂଚି ଗଭୀର ଶୋକ ପ୍ରକାଶ କରିବା ସହ ସୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଗ୍ରାମ୍ୟ ଶ୍ମଶାନରେ ସକାଳେ ଶବ ସତ୍କାର କରାଯାଇଥିଲା।

Leave A Reply

Your email address will not be published.