ଅନୁଗୁଳ: କିଶୋରନଗର ବ୍ଳକ ବଇଣ୍ଡା ଛକରେ ଥିବା ସନ୍ତୋଷ ପ୍ରଧାନଙ୍କ ଚିକେନ ଦୋକାନରୁ ବୁଧବାର ରାତିରେ ୪୦ଟି କୁକୁଡ଼ା ଚୋରି ହୋଇଯାଇଛି। ସନ୍ତୋଷ ଏ ସଂପର୍କରେ ବଇଣ୍ଡା ଫାଣ୍ଡିରେ ଅଭିଯୋଗ କରିଥିବା ଫାଣ୍ଡି ଅଧିକାରୀ ଅରୁଣ କୁମାର ପଣ୍ଡା ପ୍ରକାଶ କରିଛନ୍ତି। ତାଙ୍କ ଦୋକାନରୁ ପୂର୍ବରୁ ଥରେ ଏହିଭଳି କୁକୁଡ଼ା ଚୋରି ହୋଇଥିଲା ବୋଲି ସନ୍ତୋଷ କହିଛନ୍ତି। ଛକ ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବାରୁ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରାଯିବାକୁ ବଇଣ୍ଡା ଛକ ବିକାଶ ପରିଷଦ ଓ ବଜାର କମିଟି ପକ୍ଷରୁ ଦାବି ହୋଇଛି।
ଦୋକାନରୁ କୁକୁଡ଼ା ଚୋରି
- Post published:February 12, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
