ବନ୍ୟପ୍ରାଣୀ ଉଦ୍ଧାର ପାଇଁ ଅନୁଗୁଳ ବନ ବିଭାଗର ମେଗା ମକ୍ ଡ୍ରିଲ୍; ପରଖାଗଲା ‘ଐରାବତ’ର ଶକ୍ତି

You are currently viewing ବନ୍ୟପ୍ରାଣୀ ଉଦ୍ଧାର ପାଇଁ ଅନୁଗୁଳ ବନ ବିଭାଗର ମେଗା ମକ୍ ଡ୍ରିଲ୍; ପରଖାଗଲା ‘ଐରାବତ’ର ଶକ୍ତି

ଅନୁଗୁଳ: ବନ୍ୟପ୍ରାଣୀ ସମ୍ବନ୍ଧୀୟ ଜରୁରୀ ପରିସ୍ଥିତିର ଦ୍ରୁତ ମୁକାବିଲା ଓ ଉଦ୍ଧାର କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଅନୁଗୁଳ ବନଖଣ୍ଡ ପକ୍ଷରୁ ଏକ ବିଶେଷ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଛି। ବନଖଣ୍ଡର ରାପିଡ୍ ରେସ୍ପନ୍ସ ଟିମ୍ (RRT) ଓ ମୋବାଇଲ୍ ଭେଟେରିନାରୀ ୟୁନିଟ୍ (MVU)ର ମିଳିତ ସହଯୋଗରେ ଗତ ଏପ୍ରିଲ ୨୨ ଏବଂ ୨୯ ତାରିଖରେ କୁଲାସିଙ୍ଗା ମେଗା ନର୍ସରୀ ଓ ଗୁରଙ୍ଗ ଡ୍ୟାମ୍ ଠାରେ ଏହି ବ୍ୟବହାରିକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା।

ଏହି ଅଭ୍ୟାସରେ ବନ୍ୟପ୍ରାଣୀଙ୍କ ସୁରକ୍ଷିତ ଉଦ୍ଧାର, ଡାର୍ଟିଂ, ଟ୍ରାଙ୍କୁଲାଇଜେସନ୍ ପ୍ରକ୍ରିୟା ଏବଂ ‘ଐରାବତ’ ଉଦ୍ଧାର ଯାନର ସଠିକ୍ ପରିଚାଳନା ସମ୍ପର୍କରେ କ୍ଷେତ୍ର ପ୍ରଦର୍ଶନ କରାଯାଇଥିଲା। ଏଥିସହ ଜରୁରୀକାଳୀନ ବ୍ୟବହାର ପାଇଁ ଉଦ୍ଧାର ଉପକରଣଗୁଡ଼ିକର ଯାଞ୍ଚ ମଧ୍ୟ ହୋଇଥିଲା। ଭି.ଏ.ଏସ୍. ପି. କେ. ସିଂହଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ MVU, RRT, ବନ ବିଭାଗର କ୍ଷେତ୍ର କର୍ମଚାରୀ ଓ ଏଲିଫାଣ୍ଟ ସ୍କ୍ୱାଡ୍ ସଦସ୍ୟମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ଡ୍ରିଲ୍ ବନଖଣ୍ଡର ଜରୁରୀକାଳୀନ ପ୍ରତିକ୍ରିୟା ଦକ୍ଷତା ଓ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରତିବଦ୍ଧତାକୁ ଅଧିକ ସୁଦୃଢ଼ କରିଛି।

Share

Leave a Reply