୩୦ଟି ଜରୁରୀ ଔଷଧର ଦାମ୍ କମାଇଲେ ସରକାର: ଏବେ ବଜାରରେ ଶସ୍ତାରେ ମିଳିବ

You are currently viewing ୩୦ଟି ଜରୁରୀ ଔଷଧର ଦାମ୍ କମାଇଲେ ସରକାର: ଏବେ ବଜାରରେ ଶସ୍ତାରେ ମିଳିବ

ଅନୁଗୁଳ: ସାଧାରଣ ଲୋକଙ୍କ ପକେଟ୍‌ ଉପରୁ ମେଡିସିନ୍ ଖର୍ଚ୍ଚ କମାଇବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦେଶରେ ଔଷଧର ମୂଲ୍ୟ ନିର୍ଦ୍ଧାରଣ କରୁଥିବା ସଂସ୍ଥା ‘NPPA’ ପକ୍ଷରୁ ଗତ ୨୭ ମେ’ରେ ଏକ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ପ୍ରତିଦିନ ବ୍ୟବହାର ହେଉଥିବା ପ୍ରାୟ ୩୦ଟି ଜରୁରୀ ଔଷଧର ସର୍ବାଧିକ ବିକ୍ରୟ ମୂଲ୍ୟ (MRP) ସ୍ଥିର କରି ଦିଆଯାଇଛି, ଫଳରେ ଏହି ସବୁ ଔଷଧର ଦାମ୍ ପୂର୍ବ ଅପେକ୍ଷା କମିଯିବ।

ଏହି ନୂଆ ନିୟମ ଯୋଗୁଁ ବିଶେଷ କରି ହାଡ଼କୁ ମଜଭୁତ କରୁଥିବା ଏବଂ ଶରୀରରେ ଭିଟାମିନ୍ ଅଭାବ ଦୂର କରୁଥିବା କ୍ୟାଲସିୟମ୍, ଭିଟାମିନ୍ D3, ମିଥାଇଲ୍କୋବାଲାମିନ୍ ଏବଂ L-ମିଥାଇଲ୍ଫୋଲେଟ୍ ଭଳି ଜରୁରୀ ଔଷଧ ଏବେ ଲୋକଙ୍କୁ ବହୁତ କମ୍ ଦାମରେ ମିଳିବ। ସେହିପରି ପେଟର ଗ୍ୟାସ୍ ସମସ୍ୟା ପାଇଁ ବ୍ୟବହାର ହେଉଥିବା ଓରାଲ୍ ସସପେନସନ୍ ଏବଂ ଆଲର୍ଜି ପାଇଁ ଦିଆଯାଉଥିବା ବିଲାଷ୍ଟିନ୍-ମୋଣ୍ଟେଲୁକାଷ୍ଟ ଟାବଲେଟ୍‌ର ଦାମ୍ ମଧ୍ୟ କମାଇ ଦିଆଯାଇଛି। ସବୁଠାରୁ ବଡ଼ ଆଶ୍ୱସ୍ତି ସେହି ରୋଗୀମାନଙ୍କୁ ମିଳିବ ଯେଉଁମାନେ ନିୟମିତ ବ୍ଲଡ୍ ପ୍ରେସର ଓ କୋଲେଷ୍ଟ୍ରଲ୍ ଔଷଧ ଖାଉଛନ୍ତି। ରକ୍ତଚାପ ନିୟନ୍ତ୍ରଣ କରୁଥିବା ଆମଲୋଡିପାଇନ୍, ବିସୋପ୍ରୋଲୋଲ୍ ଏବଂ କୋଲେଷ୍ଟ୍ରଲ୍ କମାଉଥିବା ଏଟୋରଭାଷ୍ଟାଟିନ୍ ଭଳି ଗୁରୁତ୍ୱପୂର୍ଣ୍ଣ ମେଡିସିନ୍‌ର ମୂଲ୍ୟକୁ ମଧ୍ୟ ସରକାର ବାନ୍ଧି ଦେଇଛନ୍ତି।

ସରକାରଙ୍କ ଏହି ଜନହିତକର ନିଷ୍ପତ୍ତି ପରେ ବଜାରରେ ଏବେ ଔଷଧ ଦୋକାନୀମାନେ ମନଇଚ୍ଛା ଦାମ୍ ନେଇପାରିବେ ନାହିଁ ଏବଂ ନିର୍ଦ୍ଧାରିତ ନୂଆ ଖୁଚୁରା ମୂଲ୍ୟରେ ହିଁ ଏହିସବୁ ଔଷଧ ବିକ୍ରି କରିବେ। ଏହାଦ୍ୱାରା ନିୟମିତ ମେଡିସିନ୍ କିଣୁଥିବା ଗରିବ ଓ ମଧ୍ୟବିତ୍ତ ପରିବାରର ମାସିକ ସ୍ୱାସ୍ଥ୍ୟ ଖର୍ଚ୍ଚ ବହୁ ପରିମାଣରେ କମିଯିବ।

Share

Leave a Reply