ସହରର ଶୋଭା ବଢ଼ାଉଛି ବୃକ୍ଷ ପେଣ୍ଟିଂ

You are currently viewing ସହରର ଶୋଭା ବଢ଼ାଉଛି ବୃକ୍ଷ ପେଣ୍ଟିଂ

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ସହର ସାରା ରଙ୍ଗିନ ବିଦ୍ୟୁତ୍ ଆଲୋକ ଲଗାଯିବା ପରେ ଶୋଭା ବର୍ଦ୍ଧନ ପାଇଁ ବୃକ୍ଷ ପେଣ୍ଟିଂ ମଧ୍ୟ କରାଯାଇଛି। ଏହି ପେଣ୍ଟିଂରେ ହାଲୁକା ୱାଟର ବେସ୍ ରଙ୍ଗ ବ୍ୟବହାର କରାଯାଇ ସେଥିରେ ସଡ଼କ ସୁରକ୍ଷା, ପରିବେଶ ସୁରକ୍ଷା, ପ୍ରକୃତି, ଆଇନ ଶୃଙ୍ଖଳା ଆଦି ଚିତ୍ରିତ କରାଯାଇଛି ଯାହା ଜନସାଧାରଣଙ୍କୁ ସଚେତନ କରିବା ସହ ଅନୁପ୍ରେରିତ ମଧ୍ୟ କରିପାରିବ।ଅନୁଗୁଳ କଦମ ପଡିଆ,ରାଜ ହୋଟେଲ୍ ଛକ,ସର୍କିଟ ହାଉସ ରାସ୍ତାରେ ଏଭଳି ଟ୍ରି ପେଣ୍ଟିଂ କରାଯିବାର କାର୍ଯ୍ୟକ୍ରମ ଜାରି ରହିଛି। ସାଧାରଣରେ ଏହାକୁ ବେଶ ପ୍ରଶଂସା କରାଯାଉଛି। ବାଟୋଇ ମାନେ ଏହାକୁ ମନ ଭରି ଉପଭୋଗ ମଧ୍ୟ କରୁଛନ୍ତି।

Share

Leave a Reply