ଦଣ୍ଡସିଂହାରୁ ୫୪.୪୮୦ଗ୍ରାମ ଧଳା ଜହର ଜବତ: ୨ ଜଣଙ୍କୁ କୋର୍ଟ ଚାଲାଣ

You are currently viewing ଦଣ୍ଡସିଂହାରୁ ୫୪.୪୮୦ଗ୍ରାମ ଧଳା ଜହର ଜବତ: ୨ ଜଣଙ୍କୁ କୋର୍ଟ ଚାଲାଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଦଣ୍ଡସିଂହା ଗ୍ରାମରେ ପୁଲିସ ଚଢ଼ାଉ କରି ଧଳା ଜହର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ କଣିହାଁ ଥାନା ଦଣ୍ଡସିଂହା ଗ୍ରାମର ଗଣେଶ୍ୱର ମହାନ୍ତି (୩୦) ଓ କଣିହାଁ ଥାନା କମରେଇ ଗ୍ରାମର ଜ୍ଞାନରଞ୍ଜନ ସାହୁ (୩୨)। ସେମାନେ ନୟାଗଡ଼ ଅଞ୍ଚଳରୁ ବ୍ରାଉନ ଆଣୁଥିବା ଜଣାଯାଇଛି।

ସୂଚନା ମୁତାବକ, ଶୁକ୍ରବାର ଅପରାହ୍ନରେ ଅନୁଗୁଳ ସ୍ଵତନ୍ତ୍ର ସ୍କ୍ୱାଡ୍ ପୁଲିସ କଣିହାଁ ଓ ଏନଟିପିସି ଥାନା ପୁଲିସ ସହାୟତାରେ କଣିହାଁ ଥାନା ଦଣ୍ଡସିଂହା ଗ୍ରାମର ଗଣେଶ୍ୱର ମହାନ୍ତିଙ୍କ ଘରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ପୁଲିସ ତାଙ୍କ ଘରୁ ୫୪.୪୮୦ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା। ତାଙ୍କ ଘରୁ ନଗଦ ୪୮ହଜାର ୭ ଶହ ଟଙ୍କା, ଏକ ମାରୁତି ସୁଇଫ୍ଟ ଡିଜିଆର କାର, ଏକ ବୁଲେଟ, ସୁନା ଅଳଙ୍କାର, ମୋବାଇଲ ଫୋନ, ବ୍ୟାଙ୍କ କାଗଜ ପତ୍ର ଇତ୍ୟାଦି ଜବତ କରାଯାଇଛି। ଏଥିସହ ପୁଲିସ ୨ଜଣକୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି।

Share

Leave a Reply