ପ୍ରଥମ ସ୍ତ୍ରୀ ଥାଇ ଦ୍ଵିତୀୟ ବିବାହ କରିଛନ୍ତି ସ୍ୱାମୀ, ବିରୋଧ କରିବାରୁ ମାଡ଼ ମାରିଥିବା ଅଭିଯୋଗ

You are currently viewing ପ୍ରଥମ ସ୍ତ୍ରୀ ଥାଇ ଦ୍ଵିତୀୟ ବିବାହ କରିଛନ୍ତି ସ୍ୱାମୀ, ବିରୋଧ କରିବାରୁ ମାଡ଼ ମାରିଥିବା ଅଭିଯୋଗ

ଅନୁଗୁଳ: ପ୍ରଥମ ସ୍ତ୍ରୀ ଥାଇ ଦ୍ଵିତୀୟ ବିବାହ କରିଛନ୍ତି ସ୍ୱାମୀ। ଥାନାର ଦ୍ୱାରସ୍ଥ ହେଲେ ମହିଳା। ଆଜି ଅନୁଗୁଳ ସଦର ଥାନା ଅନ୍ତର୍ଗତ କରଡାଗାଡିଆ ଅଞ୍ଚଳରେ ଏଭଳି ଘଟଣା ଚର୍ଚ୍ଚାରେ ରହିଛି।

ସୂଚନା ଅନୁସାରେ,୦୬.୦୨.୨୦୧୭ ତାରିଖ ଦିନ ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗ୍ରାମର ଲୋପାମୁଦ୍ରା ପ୍ରଧାନ(୨୯) ପୋକତୁଙ୍ଗା ଗ୍ରାମର ଲମ୍ବୋଦର ଦେହୁରିଙ୍କ ପୁଅ ଜନାର୍ଦ୍ଦନ ଦେହୁରୀଙ୍କୁ ବିବାହ କରିଛନ୍ତି। ଜନାର୍ଦ୍ଦନ ତାଙ୍କୁ ଛାଡପତ୍ର ଦେବା ପାଇଁ କେସ୍ କରିଛନ୍ତି। ଏହି ମାମଲା ହାଇକୋର୍ଟରେ ବିଚାରାଧୀନରେ ରହିଛି। ଇତି ମଧ୍ୟରେ ଜନାର୍ଦ୍ଦନ ଆଉ ଜଣଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥିବା ନେଇ ଲୋପାମୁଦ୍ରା କଟକ ଫାମିଲି କୋର୍ଟରେ କେସ୍ କରିଥିଲେ। ପରେ ଜନାର୍ଦ୍ଦନ ଦେହୁରୀ କୋର୍ଟକୁ ଯାଇ ଅନ୍ୟତ୍ର ବିବାହ କରିବେ ନାହିଁ ବୋଲି ଚୁକ୍ତି କରିଥିଲେ। କିନ୍ତୁ ନିକଟରେ ଲୋପାମୁଦ୍ରା ଜାଣିବାକୁ ପାଇଲେ କି ତାଙ୍କ ସ୍ବାମୀ କରଡା ଗାଡିଆରେ ରହି ଆଉ ଜଣଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଗୋଟିଏ କନ୍ୟା ସନ୍ତାନ ଜନ୍ମ ହୋଇଛି।

ଏ ନେଇ ଜାଣିବା ପରେ ଆଜି କରଡାଗାଡିଆ ଯାଇ ସ୍ବାମୀଙ୍କୁ ଭରଣ ପୋଷଣ ମାଗିଥିଲେ। କିନ୍ତୁ ସେ ତାଙ୍କୁ ମାଡ଼ ମାରି ଘଉଡ଼ାଇ ଦେଇଥିଲେ। ଶ୍ୱଶୁର ମଧ୍ଯ ତାଙ୍କୁ ତଣ୍ଟି ଚିପି ମାଡ଼ ମାରିଛନ୍ତି ବୋଲି ସେ ଅନୁଗୁଳ ସଦର ଥାନାରେ ଅଭିଯୋଗ କରିଛନ୍ତି। ଏଥିସହ ନ୍ୟାୟ ମାଗିଛନ୍ତି ଲୋପାମୁଦ୍ରା।

Share

Leave a Reply