ମନ୍ଦିରରେ ଚଢ଼ଉ: ନାବାଳିକା ବିବାହ ରୋକିଲା ଚାଇଲ୍ଡ ଲାଇନ୍

You are currently viewing ମନ୍ଦିରରେ ଚଢ଼ଉ: ନାବାଳିକା ବିବାହ ରୋକିଲା ଚାଇଲ୍ଡ ଲାଇନ୍

ଅନୁଗୁଳ: ପୁଣି ନାବାଳିକା ବିବାହକୁ ନେଇ ଚର୍ଚ୍ଚାକୁ ଆସିଛି ଅନୁଗୁଳ। ଖବର ପାଇ ଚାଇଲଡ ଲାଇନ ପହଞ୍ଚି ବାହାଘର ବନ୍ଦ କରି ଝିଅକୁ ଉଦ୍ଧାର କରିଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଅନୁଗୁଳ ବ୍ଲକ ତୁମୁଣୀ ଗ୍ରାମରେ ଥିବା ଶିବ ମନ୍ଦିରରେ ଜଣେ ୧୭ ବର୍ଷର ନାବାଳିକାକୁ ବିବାହ କରାଯାଉଥିବା ନେଇ ଚାଇଲ୍ଡ ଲାଇନ ନିକଟରେ ଖବର ପହଞ୍ଚିଥିଲା। ଚାଇଲ୍ଡ ଲାଇନ ଏ ଖଲାରୀ ମଣ୍ଡଳ ପରିଦର୍ଶିକା କାଞ୍ଚନ ନାଏକକୁ ଫୋନ୍ କରି ସୂଚନା ଦେଇଥିଲା। ଏନେଇ ସ୍ଥାନୀୟ ଅଙ୍ଗନୱାଡି କର୍ମୀଙ୍କ ସହିତ ଯୋଗାଯୋଗ କରି ବାହାଘର ବନ୍ଦ କରିବା ସହ ନାବାଳିକାକୁ ଉଦ୍ଧାର କରାଯାଇଛି। ନାବାଳିକାର ଘର ଅନୁଗୁଳ ସଦର ଥାନା ଅଞ୍ଚଳରେ ବୋଲି ସୂଚନା ମିଳିଛି। ତେବେ ବାଳିକା ବିବାହ ରୋକିବାକୁ ସରକାର ବିଭିନ୍ନ ପନ୍ଥା ଆପଣାଉଛନ୍ତି, କିନ୍ତୁ ଲୋକେ ସଚେତନ ହେଉନାହାନ୍ତି ଆଜିର ବିବାହ ତାହାର ଏକ ବଡ଼ ପ୍ରମାଣ।

Share

Leave a Reply