ଅନୁଗୁଳରେ ରାସ୍ତା ସାରା ଖାଲଖମା: ବଜାର ମଝି ଖାଲରେ ଫସିଲା ପିକ୍ଅପ୍, ଘଣ୍ଟାଏ କାଳ ବାଟ ଜାମ୍ ହୋଇ ପଥଚାରୀ ହନ୍ତସନ୍ତ

You are currently viewing ଅନୁଗୁଳରେ ରାସ୍ତା ସାରା ଖାଲଖମା: ବଜାର ମଝି ଖାଲରେ ଫସିଲା ପିକ୍ଅପ୍, ଘଣ୍ଟାଏ କାଳ ବାଟ ଜାମ୍ ହୋଇ ପଥଚାରୀ ହନ୍ତସନ୍ତ

ଅନୁଗୁଳ: ଯେତେ ନୂଆ ସରକାର ଆସିଲେ ବି ଅନୁଗୁଳ ରାସ୍ତା ଅବସ୍ଥା କିନ୍ତୁ ସୁଧୁରିବା ନାଁ ଧରୁନି। ରାସ୍ତା ସାରା ଖାଲ ଖମାରେ ଭର୍ତ୍ତି ହୋଇ ରହିଛି। ଏମିତିକି ପାର୍ବଣ ସମୟରେ ମଧ୍ୟ ରାସ୍ତାର ଦୁର୍ଦ୍ଦଶା କମିନାହିଁ। କୋଉଠି ଗ୍ୟାସ ପାଇପ ଲାଇନ୍ ପାଇଁ ରାସ୍ତା ଖୋଳା ଚାଲିଛି ତ ଆଉ କୋଉଠି ପିଇବା ପାଣି ଲାଇନ୍ ଫାଟି

ରାସ୍ତା ଦବି ଗଲାଣି। ଏହି ରାସ୍ତା ଯୋଗୁ ଆଜି ସହର ଭିତରେ ଏକ ପିକଅପ ଭ୍ୟାନ ଖାଲରେ ଫସିଯାଇଥିବା ଦେଖିବାକୁ ମିଳିଛି। ଫଳରେ ରାସ୍ତା ଜାମ୍ ହୋଇଯାଇଥିଲା। ଆଉ ଲୋକେ ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଖରାରେ ସିଝିଥିଲେ। ବାଟ ନ ପାଇ ଗାଡ଼ି ବାଲା ଜଣକ ଲୋକ ଡାକି ଗାଡ଼ିକୁ ଖାଲରୁ କାଢ଼ିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ଓ ଲୋକମାନେ ନିଜ ନିଜ ବାଟରେ ଯାଇଥିଲେ।

ତେବେ ଆଜିର ଘଟଣା କେବଳ ଗୋଟିଏ ଉଦାହରଣ ମାତ୍ର। ଅନୁଗୁଳ ରାସ୍ତାରେ ଏଭଳି ଅବସ୍ଥା ପ୍ରାୟ ହେଉଛି। ଯାହା ଲୋକଙ୍କ ଧନ ଜୀବନକୁ ବିପଦରେ ପକାଇଦେଉଛି। ଏଣୁ ରାସ୍ତା ମରାମତି କରିବାକୁ ଦାବି ଜୋର ଧରିଛି।

Share

Leave a Reply