ଅନୁଗୁଳ: ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ତଳମୂଳ ଶାସନର ୩୦ ବର୍ଷରୁ ଦାବି ହେଇ ଆସୁଥିବା ବହୁ ପ୍ରତିକ୍ଷିତ ମାତେଳୀଆ ନାଳ ଉପରେ ୮୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ସେତୁର ଶିଳାନ୍ୟାସ କରିଥିଲେ।
ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି,’ଏହି ସେତୁ ନଥିବାରୁ ଗ୍ରାମବାସୀ ବହୁ ହୋଇରାଣ ହେଉଥିଲେ। ତେଣୁ ଏହି ସେତୁ ସମ୍ପୂର୍ଣ୍ଣ ହେଲେ ଏହା ତଳମୂଳ ଶାସନ ଠାରୁ ଭୋଳେଶ୍ଵର ମନ୍ଦିର, ଶ୍ମଶାନ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ କରିବ’। ଅନ୍ୟପଟେ ଏହି ସେତୁ ଶିଳାନ୍ୟାସ ହୋଇଥିବାରୁ ତଳମୂଳ ଶାସନ ପଞ୍ଚାୟତ ଓ ଆଖ ପାଖ ଗ୍ରାମବାସୀ ଶ୍ରୀଯୁକ୍ତ ପ୍ରଧାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
ଏଥିସହିତ ଅନୁଗୁଳ ନିର୍ବାଚନ ମଣ୍ଡଳୀର ନୂଆହତା ଠାରେ ୬୫ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଭାବେ ନିର୍ମାଣ କରାଯିବାକୁ ଥିବା ଏକ କଲ୍ଯାଣ ମଣ୍ଡପର ଭୂମି ପୂଜନ ଏବଂ ବଅଁରପାଳ ବ୍ଲକ ପରିସରରେ ସୁଭଦ୍ରାଦିଦି ଫୁଡ୍ କୋର୍ଟର ଶୁଭାରମ୍ଭ କରିଥିଲେ। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବଅଁରପାଳ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ୨୮ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡନାୟକ, କୁଲାଡ ଟ୍ରକ ମାଲିକ ସଂଘର ସଭାପତି ମନୋରଞ୍ଜନ ଜେନା, ତଳମୂଳ ଶାସନ ପଞ୍ଚାୟତର ସରପଞ୍ଚ ଶିବାନୀ ଶତପଥୀ, ଗଡତଳମୂଳ ସମିତି ସଭ୍ୟା ଅମ୍ରିତା ଜେନା, ୨୮ ନଂ ଜୋନର ମଣ୍ଡଳ ସଭାପତି ରାଧାକାନ୍ତ ପଟ୍ଟନାୟକ, ତଳମୂଳ ଶାସନ ବିଜେପି ସଭାପତି ସୁଧୀର ତ୍ରିପାଠୀ, ଗଡତଳମୂଳ ବିଜେପି ସଭାପତି ଅଜିତ ସାହୁ, ବିଜେପି ନେତା ରାହାସ ଦାଶ, ଅଜୟ ସାହୁ, ଅରବିନ୍ଦ ଜେନା, ବରଜୁ ସାହୁ ଓ ଜିତେନ ତ୍ରିପାଠୀ, ବଅଁରପାଳ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ୨୭ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟ ଗୋପାଳ ନାଏକ, ନୂଆହତା ପଞ୍ଚାୟତର ସରପଞ୍ଚ ଶ୍ରୀମତ୍ତ ରୂନୁବାଳା ଧୀର, ବିଜେପି ନେତା ଅଶୋକ ଧୀର, ଦିଲ୍ଲୀପ ରାଉତ, ମହେନ୍ଦ୍ର ଦଳବେହେରା, ବଅଁରପାଳ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ୨୭ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟ ଗୋପାଳ ନାଏକ, ବଅଁରପାଳ ମଣ୍ଡଳ ସଭାପତି ସୁବ୍ରତ ସାହୁ, ସାଧାରଣ ସମ୍ପାଦକ ଗୋକୁଳାନନ୍ଦ ଲେଙ୍କା, ମନୋଜ ଜେନା, ବିଜେପି ଯୁବ ମୋର୍ଚ୍ଚା ସଭାପତି ପିଣ୍ଟୁ ଭୁତିଆ ପ୍ରମୁଖ ଉପସ୍ଥିତ ଥିଲେ।








