ଏପ୍ରିଲ ୧୭ରୁ ଅନୁଗୁଳ ଜିଲ୍ଲା ମହୋତ୍ସବ: ୪ ଦିନ ଧରି ଜମିବ ସାଂସ୍କୃତିକ ଆସର

You are currently viewing ଏପ୍ରିଲ ୧୭ରୁ ଅନୁଗୁଳ ଜିଲ୍ଲା ମହୋତ୍ସବ: ୪ ଦିନ ଧରି ଜମିବ ସାଂସ୍କୃତିକ ଆସର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଏପ୍ରିଲ ୧୭ ତାରିଖରୁ ସ୍ଥାନୀୟ ଷ୍ଟାଡିୟମଠାରେ ଚାରିଦିନିଆ ‘ଜିଲ୍ଲା ମହୋତ୍ସବ’ ଆୟୋଜିତ ହେବାକୁ ଯାଉଛି। ଏହି ମହୋତ୍ସବ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

ମହୋତ୍ସବ ପୂର୍ବରୁ ୧୨ ତାରିଖରେ ଜିଲ୍ଲାର ଚାରୋଟି ପ୍ରମୁଖ ପୀଠ  ପାଳଲହଡ଼ାର ଖୁଲୁଡ଼ି, ଆଠମଲ୍ଲିକର ଦେଉଳଝରୀ, ଟିକରପଡ଼ାର ନୀଳକଣ୍ଠେଶ୍ଵର ଏବଂ ଛେଣ୍ଡିପଦାର ବାୟାଣୀ ପୀଠରୁ ମଶାଲ ଅଣାଯିବ। ଏହି ମଶାଲଗୁଡ଼ିକ ବିଭିନ୍ନ ବ୍ଳକ୍ ପରିକ୍ରମା କରି ତାଳଚେର ମା’ ହିଙ୍ଗୁଳାଙ୍କ ପୀଠରେ ଏକତ୍ରିତ ହେବା ପରେ ଶୈଳଶ୍ରୀକ୍ଷେତ୍ରରେ ସ୍ଥାପିତ ହେବ।

ଚଳିତ ବର୍ଷ ସ୍ଥାନୀୟ କଳାକାରଙ୍କୁ ପ୍ରଦର୍ଶନ ପାଇଁ ଅଧିକ ଗୁରୁତ୍ୱ ଦିଆଯିବ। ସାଧାରଣ ଜନସାଧାରଣଙ୍କ ସୁବିଧା ପାଇଁ ଏଥର କୌଣସି ‘ପାସ୍’ ବ୍ୟବସ୍ଥା ରହିବ ନାହିଁ। ଏହା ସହିତ ୬ ଦିନିଆ ପଲ୍ଲିଶ୍ରୀ ମେଳା, ସ୍ୱଦେଶୀ ମେଳା, କବିତା ପାଠୋତ୍ସବ, ଯୋଗ ଶିବିର ଏବଂ କ୍ରୀଡ଼ା ପ୍ରତିଯୋଗିତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାର ଐତିହ୍ୟ ଓ ସଂସ୍କୃତିର ପ୍ରଦର୍ଶନ କରାଯିବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।

Share

Leave a Reply