ଓ.ପି. ଜିନ୍ଦଲ ସ୍କୁଲର ଶତପ୍ରତିଶତ ସଫଳତା, ୪୭ ଜଣଙ୍କୁ ୯୦% ରୁ ଅଧିକ

You are currently viewing ଓ.ପି. ଜିନ୍ଦଲ ସ୍କୁଲର ଶତପ୍ରତିଶତ ସଫଳତା, ୪୭ ଜଣଙ୍କୁ ୯୦% ରୁ ଅଧିକ

ଅନୁଗୁଳ: ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଅନୁଗୁଳର ଓ.ପି. ଜିନ୍ଦଲ ସ୍କୁଲ ଶତପ୍ରତିଶତ ସଫଳତା ହାସଲ କରିଛି। ସ୍କୁଲର ୯୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୭ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।

ଦିବ୍ୟାନା ଦିବ୍ୟାଂଶା ଦେହୁରୀ ୯୮.୪% ମାର୍କ ସହ ସ୍କୁଲ ଟପ୍ପର ହୋଇଛନ୍ତି। ଆବିଗେଲ୍ ଡୁଙ୍ଗଡୁଙ୍ଗ, ଶ୍ରେୟସ ମକ୍କଡ଼, ପୁଲକିତ ଧୁଲ୍ ସମେତ ୨୩ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଷୟରେ ସ୍କୁଲ ଟପ୍ପର ହୋଇଛନ୍ତି। ଅନୁଗୁଳ ପ୍ଲାଣ୍ଟ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି.କେ. ବିଜୁ ନାୟାର ସମସ୍ତ କୃତୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସ୍କୁଲ ଅଧ୍ୟକ୍ଷ ଡ. ଅଶ୍ୱିନୀ କୁମାର ସାହୁ ଏହି ସଫଳତାକୁ ଗୁଣାତ୍ମକ ଶିକ୍ଷା ଓ ସାମଗ୍ରିକ ବିକାଶ ପ୍ରତି ଅନୁଷ୍ଠାନର ପ୍ରତିବଦ୍ଧତାର ପ୍ରମାଣ ବୋଲି କହିବା ସହ ଜିନ୍ଦଲ ଫାଉଣ୍ଡେସନ ଓ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

Share

Leave a Reply