ଅନୁଗୁଳ ପୋଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର: ୧୨୦ ୟୁନିଟ୍ ରକ୍ତ ସଂଗୃହୀତ

You are currently viewing ଅନୁଗୁଳ ପୋଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର: ୧୨୦ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ସମାଜ ସେବା ଓ ମାନବିକତାକୁ ପ୍ରାଧାନ୍ୟ ଦେଇ ଅନୁଗୁଳ ପୋଲିସ ପକ୍ଷରୁ ଛେଲିଆପଡ଼ାସ୍ଥିତ ରିଜର୍ଭ ପୋଲିସ କାର୍ଯ୍ୟାଳୟଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରକୁ ଅନୁଗୁଳ ଏସପି ରାହୁଲ ଜୈନ ଉଦଘାଟନ କରିବା ସହ ନିଜେ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ତାଙ୍କ ସହ ଅତିରିକ୍ତ ଏସପି ରାଜୀବ ଲୋଚନ ପଣ୍ଡା, ଡିଏସପି ଯୋଗେଶ୍ୱରୀ ବେହେରା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସକ୍ରିୟ ଭାବେ ରକ୍ତଦାନ କରିଥିଲେ।

ଏହି ଶିବିରରେ ପୋଲିସ କର୍ମଚାରୀ ଓ ଗୃହରକ୍ଷୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ମୋଟ ୧୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଏଥିରେ ୫୬ ଜଣ ଗୃହରକ୍ଷୀ ସାମିଲ ଥିଲେ। କାର୍ଯ୍ୟକ୍ରମ ସମୟରେ ଆଇଜିପି (ଏନସିଆର) ସତ୍ୟବ୍ରତ ଭୋଇ ଶିବିର ପରିଦର୍ଶନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ପୋଲିସର ଏହି ଜନହିତକର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ।

କେବଳ ଆଇନ ଶୃଙ୍ଖଳା ନୁହେଁ, ବରଂ ଜନସ୍ୱାସ୍ଥ୍ୟ ଓ ଜୀବନ ରକ୍ଷା କ୍ଷେତ୍ରରେ ଅନୁଗୁଳ ପୋଲିସର ଏହି ପ୍ରୟାସ ସାଧାରଣରେ ଆଦୃତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଇନ୍ସପେକ୍ଟର ଅନୁପ ତିର୍କୀ ଓ ଅୟସକାନ୍ତ ଜେନା ପରିଚାଳନା କରିଥିଲେ।

Share

Leave a Reply