ଅନୁଗୋଳ: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଅନୁଗୋଳ ରାଜନୀତି ସରଗରମ ହୋଇଉଠିଛି। ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଦିନରାତିର ପରିଶ୍ରମ ଓ ଲୋକାଭିମୁଖୀ କାର୍ଯ୍ୟ ଯୋଗୁଁ ଅନୁଗୋଳରେ ବିଜେପିର ସଂଗଠନ ଏବେ ସବୁଠୁ ମଜବୁତ ସ୍ଥିତିରେ ଅଛି। ବନ୍ତଳାଠାରୁ ଆରମ୍ଭ କରି ବଅଁରପାଳ ପର୍ଯ୍ୟନ୍ତ ସବୁଆଡ଼େ କେବଳ ବିକାଶର ଚର୍ଚ୍ଚା ହେଉଛି।
ପୂର୍ବରୁ ଯେଉଁ ସବୁ ଅଞ୍ଚଳ ବିଜେଡିର ଦଖଲରେ ଥିଲା, ଆଜି ସେଠାକାର ଲୋକ ଏବଂ ବିରୋଧୀ ଦଳର କର୍ମୀମାନେ ମଧ୍ୟ ବିକାଶର ଧାରାକୁ ଦେଖି ବିଜେପିରେ ଯୋଗ ଦେଉଛନ୍ତି। ବିରୋଧୀ ଦଳର ନେତାମାନେ ନିର୍ବାଚନ ଆସିଲେ କେବଳ ଗଣମାଧ୍ୟମରେ ଦେଖାଯାଉଛନ୍ତି, କିନ୍ତୁ ମାଟିରେ ସେମାନଙ୍କର କୌଣସି ଜନସମର୍ଥନ ନାହିଁ। ତେଣୁ, ଗ୍ରାମାଞ୍ଚଳରେ ଯେଉଁମାନେ ବିଜେପିର ହାରିବା କଥା ପ୍ରଚାର କରୁଛନ୍ତି, ପ୍ରକୃତରେ ଭୂମିସ୍ତରରେ ଶୂନ୍ୟ ହୋଇଯାଇଥିବା ବିରୋଧୀମାନେ ଏ ନିର୍ବାଚନରେ କିପରି ଜିତିବେ, ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।











