ଅନୁଗୁଳ: ଅନୁଗୁଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଜଳଧର ପ୍ରଧାନଙ୍କ ମା’ ଭବାନୀ ପ୍ରଧାନ(୮୩)ଙ୍କ ଗୁରୁବାର ସକାଳେ ପରଲୋକ ହୋଇଛି। ସ୍ବର୍ଗତା ପ୍ରଧାନ ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଲିପଟ୍ଟା ଗାଁର ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପତ୍ନୀ ଥିଲେ। ସେ ଜଣେ ଧର୍ମପରାୟଣା, ମିଷ୍ଟଭାଷୀ ଓ ପରୋପକାରୀ ଥିଲେ।
ଗତ ରବିବାର ଗୁରୁତର ଅସୁସ୍ଥ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥଶରେ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗୁରୁବାର ସକାଳେ ପରଲୋକ ଘଟିଛି। ସନ୍ଧ୍ୟାରେ ତାଙ୍କ ମରଶରୀର ନିଜ ଗାଁ ବାଲିପଟ୍ଟାରେ ପହଞ୍ଚିବାପରେ ବହୁ ବିଶିଷ୍ଟ ବ୍ୟକ୍ତ ଶେଷ ଦର୍ଶନ କରିଛନ୍ତି। ସ୍ବର୍ଗତା ପ୍ରଧାନଙ୍କ ମୃତ୍ୟୁରେ ବାଲିପଟ୍ଟା ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି। ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ୪ ପୁଅ, ବୋହୁ, ନାତିନାତୁଣୀ, ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତଥିଲେ।