ଅନୁଗୁଳ: ପୂର୍ବ ତଟ ରେଳପଥ ପକ୍ଷରୁ ବାର୍ଷିକ ୧୪ କୋଟି ଟଙ୍କାର ବିଦ୍ୟୁତ୍ ଦେୟ କମାଇବା ପାଇଁ ବିଭିନ୍ନ ରେଳଅଫିସ, ଲେଭଲ କ୍ରଶିଂ, ଷ୍ଟେସନ ଆଦିକୁ ସୌରଚାଳିତ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ମିଳିଥିବା ସୂଚନା ଅନୁସାରେ ପୂର୍ବତଟର ୧୪୯ ଟି ଷ୍ଟେସନ ବିଲ୍ଡିଂ, ୨୪୮ ଟି ସର୍ଭିସ ବିଲ୍ଡିଂ, ୬୯୨୪ ଟି ବାସ ଗୃହ ଏବଂ ୩୬୬ ଟି ଲେଭଲ କ୍ରସିଂକୁ ସୌରଚଳିତ କରାଯିବ ବୋଲି ଜଣା ପଡ଼ିଛି। ଏ ପରିପ୍ରେକ୍ଷୀରେ ଅନୁଗୁଳ ସେକ୍ସନ ପାଇଁ ୯.୪୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଖୁବ୍ ଶୀଘ୍ର ଏହି କାମ ଆରମ୍ଭ ହେବ ।
ଅନୁଗୁଳ ରେଳ ଷ୍ଟେସନ ହେବ ସୌର ଚାଳିତ
- Post published:August 8, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul


