ଅନୁଗୁଳରେ ଜମୁଛି ରଜ ମଉଜ, ପିଠା ଓ ପାନ ଖାଇବା ସହ ଦୋଳିର ମଜା ନେଉଛନ୍ତି ସହରବାସୀ

You are currently viewing ଅନୁଗୁଳରେ ଜମୁଛି ରଜ ମଉଜ, ପିଠା ଓ ପାନ ଖାଇବା ସହ ଦୋଳିର ମଜା ନେଉଛନ୍ତି ସହରବାସୀ

ଅନୁଗୁଳ: ରଜ ପାଇଁ ସବୁଠି ଉତ୍ସବର ମାହୋଲ। ଅନୁଗୁଳରେ ବି ଗାଁଠୁ ସହର ଯାଏଁ ସବୁ ଆଡ଼େ ରଜ ପାଳୁଛନ୍ତି ଲୋକମାନେ। ଅସହ୍ୟ ଗୁଳୁଗୁଳି ସତ୍ତ୍ୱେ ଏଠାରେ ରଜ ପାଇଁ ଉତ୍ସାହ କମିନାହିଁ।

ଶୁକ୍ରବାର ପହିଲି ରଜରେ ଅନୁଗୁଳ ସହରର ବିଭିନ୍ନ ପାର୍କ, ସପିଙ୍ଗ ମଲରେ ଭିଡ଼ ଦେଖିବାକୁ ମିଳିଥିଲା। ସେହିଭଳି ଆମିଷ ବଜାର ବି ବେଶ୍ ଜମିଥିଲା। ଏଥିସହ ରଜ ପାନ ବେପାର ବି ଖୁବ ଅଧିକ ଥିଲା। ରଜ ପାନ ଗୋଟାକୁ ୧୦ ଟଙ୍କାରୁ ୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା।

ଲୋକେ ନୂଆ ଡ୍ରେସ ପିନ୍ଧିବା ସହ ମିଠା ଓ ପାରମ୍ପରିକ ପିଠାର ବେଶ ଆନନ୍ଦ ଉଠାଇଥିଲେ। କୁନି କୁନି ପିଲାମାନେ ଦୋଳି ଖେଳି ରଜକୁ ମନ ଭରି ଉପଭୋଗ କରିଥିଲେ। ରଜ ଉତ୍ସବ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି।

Share

Leave a Reply