ଘଣ୍ଟନାଦରେ ଦୁଲୁକିଲା ବଡ଼ଦାଣ୍ଡ ଶୈଳଶ୍ରୀକ୍ଷେତ୍ର ରଥଯାତ୍ରାବର୍ଷା ଯୋଗୁଁ ପହଣ୍ଡିରେ ବିଳମ୍ବ

You are currently viewing ଘଣ୍ଟନାଦରେ ଦୁଲୁକିଲା ବଡ଼ଦାଣ୍ଡ ଶୈଳଶ୍ରୀକ୍ଷେତ୍ର ରଥଯାତ୍ରାବର୍ଷା ଯୋଗୁଁ ପହଣ୍ଡିରେ ବିଳମ୍ବ

ଅନୁଗୋଳ: ଆଷାଢ଼ ଶୁକ୍ଳ ଦ୍ୱିତୀୟା ୨୦୨୬ରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଶୈଳ ଶ୍ରୀକ୍ଷେତ୍ର ନୀତି କାନ୍ତିରେ ବିଳମ୍ବ ଘଟିଥିଲା। ବଡି ଭୋରରୁ ଦ୍ୱାର ଫିଟା,ମଙ୍ଗଳ ଆଳତି ପରେ ବେଶ,ସୂର୍ଯ୍ୟପୂଜା
ଦ୍ୱାରପାଳ ପୂଜା,ବାଳଧୂପ ଆଦି ଠିକଣା ସମୟରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ପହଣ୍ଡି ବେଳକୁ ବାଧା ଦେଇଥିଲା ବର୍ଷା। ବର୍ଷା
ପରେ ପ୍ରାୟ ସାଢ଼େ ଦଶଟା ସମୟରେ ପହଣ୍ଡି ଆରମ୍ଭ ହୋଇ
ସାଢେ଼ ଏଗାର ଟା ସୁଦ୍ଧା ଦିଅଁ ମାନେ ରଥାରୁଢ଼ ହୋଇଥିଲେ।

ଅପରହ୍ନ ପ୍ରାୟ ସାଢେ଼ ବାରଟା ସମୟରେ ଛେରା ପହଁରା କାର୍ଯ୍ୟ ଆରମ୍ଭ ହୋଇଥିଲା ଏସପି ରାହୁଲ ଜୈନ ଏହି କାର୍ଯ୍ୟ ସମ୍ପାଦନ କରିଥିଲେ। ଏହାପରେ ଚାରମାଳ ଉଲାଗି କରାଯାଇ ସାରଥୀ ପ୍ରସ୍ତୁତ କରାଯାଇଥିଲା।ରଥରେ ମନ୍ଦିର କମିଟିର ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଘଣ୍ଟ ଘଣ୍ଟା କାହାଳୀ ଏବଂ ସଂକୀର୍ତ୍ତନ ମଣ୍ଡଳୀଙ୍କ ଝାଞ୍ଜ ନାଦରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଥିଲା। ସାଢେ଼ ତିନିଟା ବେଳକୁ ରଥ ଟଣା ଆରମ୍ଭ ହୋଇଥିଲା। ବର୍ଷା ଛାଡ଼ି ଯାଇଥିବାରୁ ଭକ୍ତମାନେ ପ୍ରବଳ ଉତ୍ସାହ ସହକାରେ ରଥ ଗୁଡିକୁ ଟାଣିଥିଲେ। ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ଟାଣି ଥିଲେ। ସିଭିଲ କୋର୍ଟ କମ୍ପ୍ଲେକ୍ସ ସାମନାରେ ଏବଂ ଥାନା ସାମନାରେ ରଥ ଅଟକି ଥିଲା। ସେଠାରେ ଦିଅଁ ମାନଙ୍କୁ ଭୋଗ ଲାଗି କରାଯାଇଥିଲା। ମନ୍ଦିର କମିଟି ପକ୍ଷରୁ ଧାରା ବିବରଣୀ ଦିଆଯାଉଥିଲା।

ପୌରପାଳିକା ପକ୍ଷରୁ ଉନ୍ନତ ପରିମଳ ବ୍ୟବସ୍ଥା,ଆଲୋକ ଓ ବଡ଼ ଦାଣ୍ଡ ସୌନ୍ଦର୍ଯ୍ୟକରଣ କରାଯାଇଥିଲା।ଯୁବଭକ୍ତ ମାନେ ରଥ ଯାତ୍ରାର ରିଲ୍ସ ତିଆରି ରେ ବ୍ୟସ୍ତ ରହିଥିଲେ।ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।ସନ୍ଧ୍ୟା ସୁଦ୍ଧା ତିନିରଥ ଗୁଣ୍ଡିଚା ଚକଡ଼ା ରେ ପହଞ୍ଚି ଯାଇଥିଲା।

Share

Leave a Reply