ମନ୍ଦିରରେ ନାବାଳିକାଙ୍କୁ ଦୁଷ୍କର୍ମ: ପୂଜକଙ୍କୁ ଆଜୀବନ କାରାଦଣ୍ଡ

You are currently viewing ମନ୍ଦିରରେ ନାବାଳିକାଙ୍କୁ ଦୁଷ୍କର୍ମ: ପୂଜକଙ୍କୁ ଆଜୀବନ କାରାଦଣ୍ଡ

ଅନୁଗୋଳ: ବିଶ୍ୱାସର ସୁଯୋଗ ନେଇ ମନ୍ଦିର ପରିସରରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଜଣେ ମନ୍ଦିର ପୂଜକଙ୍କୁ ଅନୁଗୋଳ POCSO କୋର୍ଟ କଠୋର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନୁଗୋଳ ସ୍ଥିତ ଆଡ୍-ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (FTSC) ବିରଞ୍ଚି ନାରାୟଣ ମିଶ୍ର ଏହି ସମ୍ବେଦନଶୀଳ ମାମଲାରେ ଐତିହାସିକ ରାୟ ଶୁଣାଇଛନ୍ତି।

ଦୋଷୀ ଦୁଃଖନାଶନ ବିଶି (୨୪) ସୋନପୁର ଜିଲ୍ଲାର କେଲଗାଁର ଅଧିବାସୀ ହୋଇଥିବାବେଳେ ଘଟଣା ସମୟରେ ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ଟାଇଲିସରଠାରେ ରହୁଥିଲେ। ୨୦୨୪ ମସିହା ଅଗଷ୍ଟ ୨୬ ତାରିଖରେ ମନ୍ଦିର ଭିତରେ ପୂଜା କରିବା ବାହାନାରେ ସେ ଜଣେ ୧୬ ବର୍ଷରୁ କମ୍ ବୟସର ଅନୁସୂଚିତ ଜାତିର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ଠାକୁରଗଡ଼ ଥାନାରେ ମାମଲା ରୁଜୁ ହୋଇଥିଲା।

ଅଦାଲତ ପୂଜକଙ୍କ ଏଭଳି କାର୍ଯ୍ୟକୁ ତୀବ୍ର ନିନ୍ଦା କରି ତାଙ୍କୁ କୌଣସି ଅନୁକମ୍ପାର ଯୋଗ୍ୟ ନୁହଁନ୍ତି ବୋଲି ମତ ଦେଇଛନ୍ତି। କୋର୍ଟ POCSO ଆକ୍ଟର ଧାରା ୪(୨) ଅନୁଯାୟୀ ଆଜୀବନ କାରାଦଣ୍ଡ ସହ ୨୫,୦୦୦ ଟଙ୍କା ଜରିମାନା, BNS ଧାରା ୬୫(୧) ଅନୁଯାୟୀ ୨୦ ବର୍ଷର ସସ୍ରମ କାରାଦଣ୍ଡ ଏବଂ ୨୫,୦୦୦ ଟଙ୍କା ଜରିମାନା ତଥା SC & ST ଆକ୍ଟରେ ୧ ବର୍ଷର ଜେଲଦଣ୍ଡାଦେଶ ଶୁଣାଇଛନ୍ତି। ସମସ୍ତ ମୁଖ୍ୟ ଜେଲ ଦଣ୍ଡ ଏକାସଙ୍ଗେ ଚାଲିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ରଞ୍ଜନ କୁମାର ପାତ୍ର ମାମଲା ପରିଚାଳନା କରୁଥିଲେ।

Share

Leave a Reply