ଅନୁଗୁଳ: ସମ୍ବଲପୁର ସହର ଉପକଣ୍ଠ ପରଧିପାଲିରେ ଥିବା ଗୁଟ୍ଖା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ପରେ ଅନୁଗୁଳ ସହରାଞ୍ଚଳରେ ଗୁଟ୍ଖାର କଳାବଜାରୀ ଆରମ୍ଭ ହୋଇଯାଇଛି । ଦୋକାନୀ ଗୁଟ୍ଖା ପିଛା ୨ଟଙ୍କା ଲେଖାଏଁ ବଢ଼ାଇ ଦେଇଛନ୍ତି। କମଳା ପସନ୍ଦ ପ୍ୟାକେଟ୍ ପୂର୍ବରୁ ୧୪୦ ଟଙ୍କାରେ ମିଳୁଥିବା ବେଳେ ଏବେ ଦୋକାନୀ ଏହାକୁ ୧୬୦ ଟଙ୍କାରେ ବିକିବାକୁ ବି କୁନ୍ଥୁକୁନ୍ଥ ହେଉଛନ୍ତି। ସେହିପରି ଯେଉଁ ବଡ଼ ସଫଳ ପ୍ୟାକେଟ୍ ୧୩୦ ଟଙ୍କାରେ ମିଳୁଥିଲା, ତାହା ଏବେ ୧୬୦ ଟଙ୍କାରେ ବିକ୍ରି ହେଉଛି। ଛୋଟ ସଫଳ ପ୍ୟାକେଟ୍ ପିଛା ଦୋକାନୀ ୩୦ ଟଙ୍କା ବଢ଼ାଇ ସାରିଲେଣି। ଗତ ୨୦ ତାରିଖରେ ଏହି ବିସ୍ଫୋରଣ ଘଟିଥିବା ବେଳେ ବୁଧବାରଠୁ ହୋଲସେଲଠାରୁ ଖୁଚୁରା ବଜାରରେ ଅହେତୁକ ଦରବୃଦ୍ଧି ଘଟିଛି । ଆଗକୁ ଦର ଆହୁରି ବଢ଼ିବ ବୋଲି ଦୋକାନୀ ଇସାରା ଦେଲେଣି । ଅପରପକ୍ଷରେ ଆଗକୁ ଚଢ଼ା ଦରରେ ବିକ୍ରି କରିବାକୁ କିଛି ଦୋକାନୀ ଗୁଟ୍ଖା ପାଖରେ ଥିଲେ ମଧ୍ୟ ବିକ୍ରି କରୁନଥିବା ଜଣାପଡ଼ିଛି।
ଅନୁଗୁଳରେ ଗୁଟ୍ଖା କଳାବଜାରୀ
- Post published:December 23, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul