ଅନୁଗୁଳ ଉପଖଣ୍ଡ କ୍ରୀଡା ସଂସଦ ପାଇଁ ଟଣାଓଟରା

You are currently viewing ଅନୁଗୁଳ ଉପଖଣ୍ଡ କ୍ରୀଡା ସଂସଦ ପାଇଁ ଟଣାଓଟରା

ଅନୁଗୁଳ: ଗତ କିଛି ବର୍ଷ ଧରି ଜିଲ୍ଲା କ୍ରୀଡା ସଂସଦ ଓ ଉପଖଣ୍ଡ କ୍ରୀଡା ସଂସଦର ନିର୍ବାଚନ ନ ହେବା ଯୋଗୁଁ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ବିଶେଷ କରି ଅନୁଗୁଳ ଉପଖଣ୍ଡ କ୍ରୀଡା ସଂସଦ ଗଠନ ପାଇଁ ଉଦ୍ୟମ ବେଳେ କିଛି ବ୍ୟକ୍ତି ସଂଘରେ ରହିବା ପାଇଁ ପ୍ରାଣ ମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛନ୍ତି। ସଂଘର ସଦସ୍ୟତା ନେଇ ଟଣାଓଟରା ଚାଲିଥିବା ବେଳେ ଚାରି ଚାରିଟି ସଦସ୍ୟ ଲିଷ୍ଟ୍ ଧରି ବାବୁ ମାନେ ପ୍ରଶାସନକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି।

ତେବେ ଖୁବଶୀଘ୍ର ପ୍ରଶାସନ ତରଫରୁ ଏଥିନେଇ ଆଭିମୁଖ୍ୟ ସ୍ପଷ୍ଟ କରାଯିବ ବୋଲି ଜଣା ପଡିଛି। ଏଟିଭି କୁ ହସ୍ତଗତ ହୋଇଥିବା ବାଇଲ ଅନୁସାରେ ଏହା ୨୨.୮.୧୯୭୨ରେ ପଞ୍ଜୀକୃତ ହୋଇ ୧୫.୭.୧୯୯୬ରେ ସଂଶୋଧିତ ହୋଇଥିଲା। ବାଇଲରେ ଉଲ୍ଲେଖ ଅଛି ଯେଉଁମାନେ ସିନିୟର୍ ଜିଲ୍ଲା ସ୍ତରୀୟ, ରାଜ୍ୟ କିମ୍ବା ଜାତୀୟ ସ୍ତରରେ ଖେଳିଥିବେ ସେମାନେ ସଦସ୍ୟ ରହିବେ।ସେହିଭଳି ଜେନେରାଲ ବଡିରେ ଉପଜିଲ୍ଲାପାଳଙ୍କ ବ୍ୟତୀତ ଉପଖଣ୍ଡର ସବୁ ବିଡ଼ିଓ, ପୌର ନିର୍ବାହୀ ଅଧିକାରୀ ପୌରପାଳିକା ମଧ୍ୟରେ ଥିବା ସରକାରୀ ଶିକ୍ଷାନୁଷ୍ଠାନର ମୁଖ୍ୟ, ମୁଖ୍ୟ ପୃଷ୍ଠପୋଷକ ମାନେ ମଧ୍ୟ ସଦସ୍ୟ ରହିପାରିବେ। ଉପଖଣ୍ଡ ଏକ୍ଜିକୁଟିଭ ବଡିରେ ଉପଜିଲ୍ଲାପାଳ ସଭାପତି, ନିର୍ବାହୀ ଅଧିକାରୀ ଉପସଭାପତି, କେବଳ ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପାଇଁ ନିର୍ବାଚନ ହେବ।ଏହା ଛଡା ଖେଳ ସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଜେନେରାଲ ବଡି ୧୦ ଜଣଙ୍କୁ ନିର୍ବାଚିତ କରିପାରିବ।ବାଇଲରେ ଏଭଳି ବ୍ୟବସ୍ଥା ରହିଥିବା ବେଳେ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।

Share

Leave a Reply