ସିମ୍ଫୋନି ପକ୍ଷରୁ ଅନୁଗୁଳରେ ଡିଲର୍ ମିଟ୍, ଲଞ୍ଚ କଲେ ୧୭ ଟି ପ୍ରଡକ୍ଟ

You are currently viewing ସିମ୍ଫୋନି ପକ୍ଷରୁ ଅନୁଗୁଳରେ ଡିଲର୍ ମିଟ୍, ଲଞ୍ଚ କଲେ ୧୭ ଟି ପ୍ରଡକ୍ଟ

ଅନୁଗୁଳ: ସିମ୍ଫୋନି ଲିମିଟେଡ୍ ପକ୍ଷରୁ ସହଯୋଗୀ ବ୍ୟବସାୟୀଙ୍କ ପାଇଁ ଅନୁଗୁଳରେ ଡିଲର୍ ମିଟ୍ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ସିମ୍ଫୋନି ଲିମିଟେଡ୍‌ର ଏଜିଏମ୍ ରତୀଶ ଶ୍ରୀବାସ୍ତବ, ବ୍ରାଞ୍ଚ ହେଡ୍ (ରାଉରକେଲା) ବୀରେନ୍ଦ୍ର ଯାଦବ, ଏଏସଏମ୍ ସାଗର ମହାନ୍ତି, ପଙ୍କଜ ଏଣ୍ଟରପ୍ରାଇଜେସର ସଂଯୁକ୍ତ ଅଧିକାରୀ ପୀୟୁଷ ଅଗ୍ରୱାଲ ଓ ପରାଗ ଅଗ୍ରୱାଲ, ଜୟ ନିତାଇ ଫର୍ଣ୍ଣିଚରର ନିର୍ମଳ ଚନ୍ଦ୍ର ଗିରି ଏବଂ ରେଡିଓ ଷ୍ଟୋରର ପବନ ଅଗ୍ରୱାଲ ଉପସ୍ଥିତ ଥିଲେ।

ଏ ଅବସରରେ ସିମ୍ବୋନିର ନୂଆ ୧୭ ଟି ଏୟାର୍ କୁଲର୍ ଏବଂ ହେୟାର ଫଲ କଣ୍ଟ୍ରୋଲ ଗିଜର ଲଞ୍ଚ କରାଯାଇଛି। କାର୍ଯ୍ୟକ୍ରମରେ ଏଜିଏମ୍ ରତୀଶ ଶ୍ରୀବାସ୍ତବ କହିଥିଲେ, ସିମ୍ବୋନି କମ୍ପାନୀର ବ୍ୟବସାୟିକ ସହଯୋଗୀମାନେ ଆମ ପରିବାରର ଏକ ଅଂଶ। ସେମାନେ ଆଗାମୀ ବର୍ଷଗୁଡ଼ିକ ନିମନ୍ତେ ଦୀର୍ଘମିଆଦି ଭାବରେ ସହଯୋଗ କରିବାକୁ ଆମେ ନିବେଦନ କରୁଛୁ।

Share

Leave a Reply