ଅନୁଗୁଳ: ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ଠାରେ ଥିବା ମହିମାଧାମରେ ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ମହିମା ମହୋତ୍ସବ ଆୟୋଜିତ ହୋଇଛି। ଏଥିରେ ଓଡିଶା ସାମ୍ବାଦିକ ସଂଘ (ଓୟୁଜେ) ଅନୁବନ୍ଧିତ ଜିଲ୍ଲା ସାମ୍ବାଦିକ ସଂଘ (ଏଡିୟୁଜେ) ସଭାପତି ଅଜିତ କୁମାର ଧର ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ। ଶୂନ୍ୟବ୍ରହ୍ମ ପ୍ରଭୁ ମହିମା ଅଲେଖଙ୍କ ଆଶୀର୍ବାଦ କାମନା କରି ସମସ୍ତଙ୍କ ସୁଖ ସମୃଦ୍ଧି ଓ ମଙ୍ଗଳ କାମନା କରିବା ସହିତ ମହିମା ମହୋତ୍ସବରେ ମହିମା ଧର୍ମର ମହିମା ସମ୍ପର୍କରେ ଉପସ୍ଥିତ ଗ୍ରାମବାସୀ ଓ ଦର୍ଶକ ମାନଙ୍କୁ ଅଭିଭାଷଣରେ ଅବଗତ କରାଇଥିଲେ।
ମହିମାଧାମରେ ମହିମା ମହୋତ୍ସବ ଆୟୋଜିତ
- Post published:February 4, 2026
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul


