ତାଳଚେର: ଖରା ଗରମର କଷ୍ଟକୁ ବହୁଗୁଣିତ କରି ଦେଇଛି ଅଘୋଷିତ ବିଦ୍ୟୁତକାଟ ଯନ୍ତ୍ରଣା। କୋଇଲା ନଗରୀ ତାଳଚେରରେ ଏବେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଘନଘନ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ଗରମରେ ସନ୍ତୁଳି ହେଉଛନ୍ତି ସହରର ପିଲାଠୁ ବୟସ୍କ। ତାଳଚେର ପ୍ରଶାସନର ଢିଲା ମନୋଭାବ,ଲୋକ ପ୍ରତିନିଧିଙ୍କ ନିରବତା ଇଲେକ୍ଟ୍ରିକ କମ୍ପାନୀକୁ ସୁହାଉଛି। ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ଚୁକ୍ତି କରିଥିବା ଟିପିସିଓଡିଏଲ ସ୍ଥାନୀୟ ଅଂଚଳରେ ଉପଯୁକ୍ତ ବିଦ୍ୟୁତ ସେବା ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାର ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବହୁ ତାଳଚେରବାସୀ ମଧ୍ୟ ବିଦ୍ୟୁତ କାଟ ନେଇ ସୋସିଆଲ ମିଡ଼ିଆରେ କ୍ଷୋଭ ପ୍ରକାଶ କରୁଥିବାର ଲକ୍ଷ୍ୟ ମଧ୍ୟ କରାଯାଇଛି। ଆଗାମୀ ଦିନରେ ତାଳଚେରବାସୀ ଯେପରି ଉପଯୁକ୍ତ ବିଦ୍ୟୁତ ସେବା ପାଇ ପାରିବେ ଏବଂ ବାରମ୍ବାର ବିଜୁଳି କାଟ୍ ର ଯେପରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ ସେ ନେଇ ଉପଖଣ୍ଡ ପ୍ରଶାସନ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେବାକୁ ଦାବି ହେଉଛି।