ତେଲେଙ୍ଗାନାରେ ୨୬ ତମ ଜାତୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତାରେ ଅନୁଗୁଳକୁ ସଫଳତା, ସ୍ୱର୍ଣ୍ଣ ସହ ଜିତିଲେ ମୋଟ ୬ ପଦକ

You are currently viewing ତେଲେଙ୍ଗାନାରେ ୨୬ ତମ ଜାତୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତାରେ ଅନୁଗୁଳକୁ ସଫଳତା, ସ୍ୱର୍ଣ୍ଣ ସହ ଜିତିଲେ ମୋଟ ୬ ପଦକ

ଅନୁଗୁଳ: ତେଲେଙ୍ଗାନାରେ ଚାଲିଥିବା ୨୬ ତମ ଜାତୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତାରେ ଅନୁଗୁଳ ଖେଳାଳିଙ୍କୁ ସଫଳତା। ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାରୁ ୯ ଜଣ ଖେଳାଳି ମନୋନୀତ ହୋଇଥିବା ବେଳେ ଗୋଟିଏ ସ୍ଵର୍ଣ୍ଣ ପଦକ ସହିତ ୬ ଟି ପଦକ ହାସଲ କରି ଜିଲ୍ଲାର ଗୌରବ ବଢାଇଛନ୍ତି। ବାଳିକା ବିଭାଗର ଅଭିଳାଷା ସାମଲ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ କାବ୍ୟା ଦାସ, ଶ୍ରୀୟାଶ୍ରୀ ପ୍ରଧାନ, ତନିଷ୍କା ପ୍ରିୟଦର୍ଶିନୀ ପତି କାଂସ୍ୟ ପଦକ ହାସଲ କରିଛନ୍ତି।

ସେହିପରି ବାଳକ ବିଭାଗରେ ଆଶୁତୋଷ ସ୍ବାଇଁ ରୌପ୍ୟ ପଦକ ହାସଲ କରିଥିବା ବେଳେ ସାଇ ଶୟନ୍ ତ୍ରିପାଠୀ କାଂସ୍ୟ ପଦକ ହାସଲ କରିଛନ୍ତି। କୃତୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳ ଅବଦଲ ଏମ ଅଖତର, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଜିଲ୍ଲା ସ୍କୋଏ ମାର୍ଶାଲ ଆର୍ଟ ସଭାପତି ଦ୍ୱାରିକା ପ୍ରସାଦ ନନ୍ଦ, ରାଜ୍ୟ ଉପସଭାପତି ତଥା ଜିଲ୍ଳା ସାଧାରଣ ସମ୍ପାଦକ ଦୁଷ୍ମନ୍ତ କୁମାର ନାଥ ପ୍ରମୁଖ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Share

Leave a Reply