ଜୁନିୟର ଜାତୀୟ ଭଲିବଲ ଚାମ୍ପିୟନସିପରେ ସାମିଲ ହେଲେ ଅନୁଗୁଳର କାହ୍ନା ନାଏକ

You are currently viewing ଜୁନିୟର ଜାତୀୟ ଭଲିବଲ ଚାମ୍ପିୟନସିପରେ ସାମିଲ ହେଲେ ଅନୁଗୁଳର କାହ୍ନା ନାଏକ

ଅନୁଗୁଳ: ଜୁନିୟର ନ୍ୟାସନାଲ ଭଲିବଲ ଚାମ୍ପିୟନସିପ ସାମିଲ ହୋଇଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ପଞ୍ଚାୟତ ତାଳବାହାଳି ଗ୍ରାମର କାହ୍ନା ନାଏକ।ନାଲ ଭଲିବଲ ଚାମ୍ପିୟନସିପ ସାମିଲ ହୋଇଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ପଞ୍ଚାୟତ ତାଳବାହାଳି ଗ୍ରାମର କାହ୍ନା ନାଏକ। ଏହି ଚାମ୍ପିୟନସିପ ଡିସେମ୍ବର ୧୬ ରୁ ୨୧ ତାରିଖ ଯାଏଁ ରାଜସ୍ଥାନରେ ଖେଳାଯିବ।

ଓଡ଼ିଶା ଟିମ୍ ପାଇଁ କାହ୍ନା ନାଏକ ପ୍ରତିନିଧିତ୍ବ କରୁଛନ୍ତି। ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ୍) ପକ୍ଷରୁ ମେରାମଣ୍ଡଳୀରେ ଆୟୋଜିତ କ୍ରୀଡ଼ା କାର୍ଯ୍ୟକ୍ରମରେ ତାଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। କାହ୍ନାଙ୍କ ସଫଳତାକୁ ନେଇ ତାଙ୍କ ଗ୍ରାମ ଓ ପରିବାରରେ ଖୁସିର ଲହରୀ ଖେଳିଯାଇଛି।

Share

Leave a Reply