ଉତ୍କଳ କରାଟେ ସଂଗଠନ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା

You are currently viewing ଉତ୍କଳ କରାଟେ ସଂଗଠନ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା

ଅନୁଗୁଳ: ଅନୁଗୁଳ ଶିଶୁ ବିଦ୍ୟା ମନ୍ଦିର ଅଡିଟୋରିୟମରେ ଉତ୍କଳ କ୍ୟୁକୋସିନ କରାଟେ ଓ ଯୋଗ ସଂଗଠନ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଅନୁଗୁଳ ଶିଶୁ ବିଦ୍ୟାମନ୍ଦିରର
ପ୍ରିନ୍ସିପାଲ ଡ଼ା ସିଦ୍ଧାନ୍ତ ସାହୁ ସମାରୋହକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସମ୍ବାଦ ଅନୁଗୁଳ ସଂସ୍କରଣର ମୁଖ୍ୟ ପ୍ରଦ୍ୟୁମ୍ନ ରାଉତ, ସମାଜସେବୀ ଅଶୋକ ମୁରାରକା,ଗୋପାଳ ମୁନ୍ଦ୍ରା, ଓ ମହେନ୍ଦ୍ର ଅଗରୱାଲ୍ ଯୋଗ ଦେଇଥିଲେ।

ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ୧୩ଟି ବିଭାଗରେ ଭାଗ ନେଇଥିଲେ। ଉଦଯାପନୀ ସମାରୋହରେ ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଅଲ୍ ଓଡ଼ିଶା ଲୟରସ
ଆସୋସିଏସନର ସହ ଅଧ୍ୟକ୍ଷ ଭୂପେଶ ଚନ୍ଦ୍ର ପ୍ରଧାନ,ସଂଗଠନର ଉପଦେଷ୍ଟା ଅଶ୍ଵିନୀ କୁମାର ପାଣି,ସୌଭାଗ୍ୟ ନାୟକ, ସଭାପତି ସୁରଞ୍ଜନ୍ ରାଜକୁମାର,ସମ୍ପାଦକ ବବିନ୍ ଚନ୍ଦ୍ର ଗଡ଼ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାମ୍ପ୍ରତିକ ସମାଜରେ ଆତ୍ମରକ୍ଷା ପାଇଁ କରାଟେ ଭଳି
ମାର୍ଶାଲ ଆର୍ଟର ଭୂମିକା ଉପରେ ଆଲୋକପାତ କରିଥିଲେ। ସଂଗଠନ ପକ୍ଷରୁ ସଂଯୋଜକ ମନୋଜ ଆଦିତ୍ୟ ଦାସ,ଏମ ଆର ସାହୁ ଓ କୋଷାଧ୍ୟକ୍ଷ ସୌମ୍ୟ ରଂଜନ ବେଉରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସୁସ୍ମିତା ଗଡ଼ନାୟକ ସଂଯୋଜନା କରିଥିଲେ ।ଶେଷରେ ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ
ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Share

Leave a Reply