ଅନୁଗୁଳ: ଗତ ୨୨ ଓ ୨୩ ତାରିଖ ଦୁଇ ଦିନ ଧରି ମହିମା ଜ୍ୟୋତି କଲେଜ ପରିସରରରେ ଏହାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପାଳଲହଡା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ରୂପେ ଅନୁଗୁଳ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ଯୋଗ ଦେଇ ଦେଶ ପ୍ରଗତିରେ ଯୁବ ସମାଜର ଭୂମିକା ବର୍ଣନା କରିଥିଲେ। କଲେଜର ଚେୟାରମ୍ୟାନ ସୁଜିତ କୁମାର ଦେହୁରୀ ସଭା ପରିଚାଳନା କରିଥିଲେ। ଅନ୍ୟତମ ଅତିଥି ଭାବେ ଓଡିଶା ମହିମା ସମାଜର ସଭାପତି ରଘୁବର ଦାସ ଯୋଗ ଦେଇ ବିଶ୍ୱ ସମୁଦାୟର ମଙ୍ଗଳ କାମନା କରିଥିଲେ।
କଲେଜର ପ୍ରିନ୍ସିପାଲ ସତ୍ୟବ୍ରତ ଗଡ଼ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ।କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଅଧ୍ୟାପକ ପ୍ରଦୀପ ଦାଶ।କଲେଜ ଚେୟାରମ୍ୟାନ ସୁଜିତ ଦେହୁରୀଙ୍କ ମାତା ଲବଙ୍ଗ ଦେହୁରୀଙ୍କୁ ଏହି ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ପ୍ରେରଣା ଦେଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦଯାପନୀ ଦିବସରେ ଅତିଥି ରୂପେ ଯୋଗ ଦେଇଥିଲେ ନଗରପାଳ ଅକ୍ଷୟ କୁମାର ସାମନ୍ତ। ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ଓଡିଶା ବାର ଆସୋସିଏସନର ପ୍ରାକ୍ତନ ସଭାପତି ଦୀପକ ପଟନାୟକ ଓଡିଈ ଓ ନିରଞ୍ଜନ ସାହୁ। ସଭା ପରିଚାଳନା କରିଥିଲେ ସଂସ୍ଥାର ସମ୍ପାଦକ ସନ୍ତୋଷ ଦେହୁରୀ।ଅତିଥି ମାନେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସହକାରୀ ଅଧ୍ୟାପକ ମାନେ ସହଯୋଗ କରିଥିଲେ।