ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀର ପୌରପାଳିକା ଅନ୍ତର୍ଗତ ଉତ୍ତରପଡ଼ା ନୋଡ଼ାଲ ଉ.ପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ, ମୁଖ୍ୟବକ୍ତା ଭାବେ ଶାନ୍ତନ୍ତୁ ସର, ସମ୍ମାନିତ ଅତିଥି ଭାବେ ଅନୁଗୁଳ ପୌରପାଳିକା ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ପୌରପାଳିକା କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଗିରିଜା ଶଙ୍କର ମଲ୍ଲିକ, ମୋ ସ୍କୁଲ ଅଭିଯାନର ସଭାପତି ବୃନ୍ଦାବନ ସ୍ୱାଇଁ, ୧୮ ନଂ ୱାର୍ଡ କାଉନସିଲର ଶଙ୍କର ସେଠି, ବାନାବର ନାଏକ, ଅଶୋକ କୁମାର ପ୍ରଧାନ, ପ୍ରଧାନ ଶିକ୍ଷୟିତ୍ରୀ ସମେତ ଅନ୍ୟ ଅତିଥି ଯୋଗ ଦେଇଥିଲେ। ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
ଉତ୍ତରପଡ଼ା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ
- Post published:March 6, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul