ପୁଣି ଏକ ସାଇବର ଠକେଇ, ଲିଙ୍କରେ କ୍ଲିକ କରିବାରୁ ଆକାଉଣ୍ଟରୁ ଉଡ଼ିଗଲା ୫ ଲକ୍ଷ ଟଙ୍କା

You are currently viewing ପୁଣି ଏକ ସାଇବର ଠକେଇ, ଲିଙ୍କରେ କ୍ଲିକ କରିବାରୁ ଆକାଉଣ୍ଟରୁ ଉଡ଼ିଗଲା ୫ ଲକ୍ଷ ଟଙ୍କା

ଅନୁଗୁଳ: ପୁଣି ଅନୁଗୁଳରେ ସାଇବର ଠକେଇ। ଅନୁଗୁଳ ବ୍ଲକ ବଡ଼କନ୍ତକୂଳ ପଞ୍ଚାୟତ କଞ୍ଜା ଗାଁର ଯୁବକ ସାଇବର ଠକେଇ ଶିକାର ହୋଇଥିବା ନେଇ ରବିବାର ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଠକେଇର ଶିକାର ହୋଇଥିବା ଯୁବକ ହେଲେ ଦେବବ୍ରତ ସାମଲ (୩୦)। ସେ ୫ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିବା ଅଭିଯୋଗରେ ଦର୍ଶାଇଛନ୍ତି।

ଦେବବ୍ରତଙ୍କ ଅଭିଯୋଗ ମୁତାବକ, ତାଙ୍କ ମୋବାଇଲକୁ ଗତ ୧୨ ତାରିଖ ଦିନ ଆରଟିଓ ଚାଲାଣ ହୋଇଥିବା ଏକ ମେସେଜ ଆସିଥିଲା। ପୂର୍ବଦିନ ତାଙ୍କ ଗାଡି ଚେକିଂରେ ଅନୁଗୁଳ ପୋଲିସ ଦ୍ବାରା ଧରାପଡ଼ିଥିଲା। ତେଣୁ ଆରଟିଓରୁ ଫାଇନ ହୋଇଥିବ ଭାବି ସେ ମେସେଜର ଲିଙ୍କ ଖୋଲିଥିଲେ। ସଙ୍ଗେ ସଙ୍ଗେ ପ୍ରଥମେ ଏକ ଟଙ୍କା ତାପରେ ୪ଟଙ୍କା ଆକାଉଣ୍ଟରୁ କଟିଥିଲା, କିଛି ସମୟ ପରେ ପୁଣି ୧ଲକ୍ଷ କଟି ଯାଇଥିଲା। ଏନେଇ ସେ ବ୍ୟାଙ୍କ ସହ ଯୋଗାଯୋଗ କରି ଆକାଉଣ୍ଟ କ୍ଲୋଜ କରିବାକୁ କହିଥିଲେ। ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ପ୍ରଥମେ ସାଇବର ଥାନାରେ ଅଭିଯୋଗ କରିବାକୁ କହିଥିଲେ। ଏହି ସମୟରେ ମଧ୍ୟ ୯୯ହଜାର ଟଙ୍କା କଟିଯାଇଥିଲା, ଥରକୁ ଥର ତାଙ୍କ ଆକାଉଣ୍ଟରୁ ମୋଟ ୫ଲକ୍ଷ କଟିବା ନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ। ହେଲେ ସାଇବର ଥାନା ଓ ଅନୁଗୁଳ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ ପରେ ରବିବାର ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଦେବବ୍ରତ।

Share

Leave a Reply