ଆଉ ଏକ ସପ୍ତାହ କୋହଲା ପାଗ,ପାଣିପାଗ ବିଭାଗର ସୂଚନା

You are currently viewing ଆଉ ଏକ ସପ୍ତାହ କୋହଲା ପାଗ,ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ବାତ୍ୟା ଫେଙ୍ଗଲର ପ୍ରଭାବରେ ଏବେ ରାଜ୍ୟରେ କୋହଲା ପାଗ ଅନୁଭୂତ ହେଉଛି। ବାତ୍ୟା ଫେଙ୍ଗଲ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏହାର ପ୍ରଭାବରେ କୋହଲା ପାଗ ସାଙ୍ଗକୁ ଆହୁରି ଦୁଇ ଦିନ କାଭାଁ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆଗାମୀ ୪ ଦିନ ଯାଏ ରାଜ୍ୟରେ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ ବୋଲି ଆକଳନ କରାଯାଇଛି ।

ସେହିପରି ଆସନ୍ତା ୬ ତାରିଖ ଯାଏ ପାଗ କୋହଲା ରହିବ। ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ସକାଳ ଓ ସନ୍ଧ୍ୟା ସମୟରେ ବର୍ଷା ହେବାର ସମ୍ଭାବନା ଅଧିକ ରହିଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଝିପିଝିପି ବର୍ଷା ଲାଗି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

Share

Leave a Reply