ଅନୁଗୁଳ: ପ୍ରେମ ପାଇଁ ମଙ୍ଗଳବାର ରାତିରେ ଆଉ ଜଣେ ଯୁବକ ଜୀବନ ହରାଇଥିବା ଚର୍ଚ୍ଚା ହେଉଚି। ସୂଚନା ଯେ, ଯୁବକ ଜଣକ ହେଲେ ଦୁଷ୍ମନ୍ତ ପ୍ରଧାନ ଓରଫ ପିଣ୍ଟୁ। ସେ ବ୍ରାହ୍ମଣୀଦେଇ ପଡ଼ାରେ ରହୁ ଥିବାବେଳେ ଅନୁଗୁଳ ଡେଲି ମାର୍କେଟ ନିକଟରେ ପରିବା ବ୍ୟବସାୟ କରୁଥିଲେ। ଯୁବକଙ୍କ ନିଜଘର ଯୋରନ୍ଦା ଅଞ୍ଚଳରେ। ସେ ଜଣେ ନାବାଳିକାକୁ ଭଲ ପାଇବା ସହ ତାକୁ ଘରୁ ନେଇଯାଇଥିଲେ। ଏ ଅଭିଯୋଗ ଉପରେ ପୁଲିସ ଉଭୟଙ୍କୁ କେଉଁଝରରୁ ଉଦ୍ଧାର କରିଥିଲା। ଦୁଷ୍ମନ୍ତ ଏ ଘଟଣାରେ କିଛି ଦିନ ସଜା କାଟି ଜାମିନରେ ମୁକୁଳି ଥିଲେ। ଅନୁଗୁଳରେ ରହି ପରିବା ବେପାର କରୁଥିଲେ ମଧ୍ୟ ସେ ଝିଅକୁ ଭୁଲିପାରୁ ନଥିଲେ।ମଙ୍ଗଳବାର ରାତିରେ କେତେଜଣ ସାଙ୍ଗଙ୍କ ସହ ଖିଆ ପିଆ କରିବା ପରେ ବିଷ ପିଇ ଦେଇଥିଲେ। ସାଙ୍ଗମାନେ ଦୁଷ୍ମନ୍ତଙ୍କୁ ବାଇକରେ ବସାଇ ଅନୁଗୁଳ ଡାକ୍ତରଖାନା ଆଣୁଥିବା ବେଳେ ପୁଲିସ ଭୟରେ ଶାନ୍ତି ହୋଟେଲ୍ ନିକଟରେ ଛାଡି ଦେଇ ପଳାଇଥିଲେ। ପୁଲିସ ପ୍ରାୟ ଅଧ ରାତିରେ କୌଣସି ସୂତ୍ରରୁ ଖବର ପାଇ ଦୁଷ୍ମନ୍ତକୁ ଅନୁଗୁଳ ଡାକ୍ତରଖାନାରେ ଭର୍ତି କରାଇଥିଲେ। କିନ୍ତୁ ସେତେବେଳକୁ ବିଳମ୍ବ ହୋଇସାରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଏନେଇ ଏକ ମାମଲା ରୁଜୁ କରି ଶବ ଵ୍ୟବଛେଦ କରାଇବା ସହ ତଦନ୍ତ ଜାରି ରଖିଚି। ତଦନ୍ତ ପରେ ପୁର ଖବର ପଦାକୁ ଆସିବ ।
ପ୍ରେମ ପାଇଁ ଆଉ ଜଣେ ଯୁବକର ଜୀବନ ଗଲା !
- Post published:February 23, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul