ପୌରପାଳିକାକୁ ଆସିଲା ଆଣ୍ଟି ସ୍ମୋକ କ୍ୟାନନ

You are currently viewing ପୌରପାଳିକାକୁ ଆସିଲା ଆଣ୍ଟି ସ୍ମୋକ କ୍ୟାନନ

ଅନୁଗୁଳ: ଅନୁଗୁଳ ସହର ରାଜ୍ୟର ଅନ୍ୟତମ ପ୍ରଦୂଷିତ ଓ ଧୂଳି ବହୁଳ ଅଞ୍ଚଳ। ଧୂଳି ଯୋଗୁଁ ଅନେକ ପ୍ରକାରର ରୋଗ ମଧ୍ୟ ବ୍ୟାପୁଛି। ତେଣୁ ଜିଲ୍ଲା ପ୍ରଦୂଷଣ ବୋର୍ଡର ପରାମର୍ଶ କ୍ରମେ ଅନୁଗୁଳ ପୌରପାଳିକା ପକ୍ଷରୁ ଏକ ସ୍ୱତନ୍ତ୍ର ଗାଡି କିଣା ଯାଇଛି।

ଏହି ଗାଡ଼ିରେ ପାଣି ଟାଙ୍କି ସାଙ୍ଗକୁ ଶକ୍ତିଶାଳୀ ଏଗଜଷ୍ଟ ଫ୍ୟାନ ରହିଛି ଯାହା ପାଣିକୁ ସ୍ପ୍ରେ କରି ୨୦ ରୁ ୩୦ ଫୁଟ ଯାଏଁ ଫିଙ୍ଗି ପାରିବ। ଧୂଳି ନିୟନ୍ତ୍ରଣ ପାଇଁ ଏହା ବେଶ ସହାୟକ ହେବ ବୋଲି କୁହା ଯାଉଛି।

Share

Leave a Reply