ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ

You are currently viewing ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ

ଅନୁଗୁଳ: ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ରେଡକ୍ରସ ମୂଳ ଆଦର୍ଶ ସେବା ମନୋଭାବ ଓ ମାନବିକ ମୂଲ୍ୟବୋଧ ସମ୍ପର୍କରେ ଆଲୋକ ପାତ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନନ୍ଦ, ଲୋପାମୁଦ୍ରା ପଟ୍ଟନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ପ୍ରଧାନ, ପ୍ରିୟବ୍ରତ ମାଝୀ, ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ଅନୁଗୁଳ ପ୍ରିୟ ରଞ୍ଜନ ପ୍ରଧାନ ସରକାରୀ ବାଳିକା ବିଦ୍ୟାଳୟ ଅନୁଗୁଳ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ ଶିବିରରେ ଆମ୍ବୁଜ କୁମାର ଗଡ଼ନାୟକ ମଞ୍ଚ ପରିଚାଳନା କରିଥିଲେ।

ଏହି ପରିପ୍ରେକ୍ଷୀରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ବିନୋଦ ଦେହୁରୀ ଜୁନିୟର ରେଡକ୍ରସ ସମ୍ପାଦକ ସ୍ବାଗତ ଭାଷଣ ଦେଇଥିଲେ। ଶିବିରରେ ଦୁର୍ଯୋଧନ ଗୁରୁ, ରବୀନ୍ଦ୍ର ନାଥ ସାହୁ, ବିଜୟ କୁମାର ସାହୁ, ଦିବ୍ୟରଞ୍ଜନ ମିଶ୍ର, ଅବିନାଶ ସାମଲ ଓ ପ୍ରମୋଦ କୁମାର ଦେହୁରୀ ସାଧନା କର୍ମୀ ଭାବେ ଯୋଗ ଦେଇଥିଲେ।

Share

Leave a Reply