ଜନ ଶିକ୍ଷଣ ସଂସ୍ଥାନର ପ୍ରୟାସ: ତାଲିମ ପାଇ ସ୍ୱାବଲମ୍ବୀ ହେଲେ ଶତାଧିକ ଯୁବକଯୁବତୀ

You are currently viewing ଜନ ଶିକ୍ଷଣ ସଂସ୍ଥାନର ପ୍ରୟାସ: ତାଲିମ ପାଇ ସ୍ୱାବଲମ୍ବୀ ହେଲେ ଶତାଧିକ ଯୁବକଯୁବତୀ

ଅନୁଗୁଳ:ସ୍ୱାବଲମ୍ବୀ ହେଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଲିପଟ୍ଟା ଗ୍ରାମର ୧୦୦ରୁ ଅଧିକ ମହିଳା ଓ ପୁରୁଷ। ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ବିଭିନ୍ନ ଆତ୍ମନିର୍ଭରଶୀଳ ଭିତ୍ତିକ ତାଲିମ ଗ୍ରହଣ କରି ଗ୍ରାମବାସୀ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେମାନଙ୍କୁ ଛତୁ ଚାଷ, ମହୁ ଚାଷ ସହ ମୋବାଇଲ୍ ଓ କମ୍ପ୍ୟୁଟର ଚାଳନା ପରି ଆଧୁନିକ ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି।

ସ୍ଥାନୀୟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ସୁଦାମ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ତାଲିମପ୍ରାପ୍ତ ହିତାଧିକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ପ୍ରଶିକ୍ଷଣ ପାଇବା ପରେ ସେମାନଙ୍କ ଉଦ୍ୟୋଗୀ ହେବାର ସ୍ୱପ୍ନ ସାକାର ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ତାଲିମଦାତା ସୁମନ୍ତ ସ୍ୱାଇଁ, ରୋଜାଲିନ୍ ସାହୁଙ୍କ ସମେତ ସ୍ଥାନୀୟ ସମାଜସେବୀ ମମତା ଦାସ ଓ ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ।

Share

Leave a Reply