ମାଟି ତଳୁ ମୃତଦେହ ଉଦ୍ଧାର ଘଟଣା: ପରିବାର ଫେରାଇଲା ମୁହଁ, ଶେଷ ସତ୍କାର କଲା ପୋଲିସ

You are currently viewing ମାଟି ତଳୁ ମୃତଦେହ ଉଦ୍ଧାର ଘଟଣା: ପରିବାର ଫେରାଇଲା ମୁହଁ, ଶେଷ ସତ୍କାର କଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅର୍କିଲ ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣା ଏବେ ଚର୍ଚ୍ଚାରେ। ମାଟି ତଳୁ ଯୁବକ ସଂଜୀବ ବେହେରାଙ୍କ ମୃତଦେହ ଉଦ୍ଧାର ହେବା ପରେ, ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହୋଇଥିଲା। ମାତ୍ର ମାନବିକତା ଭୁଲି ମୃତଦେହ ଗ୍ରହଣ କରିବାକୁ ପରିବାର ବର୍ଗ କିମ୍ବା ଗ୍ରାମବାସୀ କେହି ବି ଆଗେଇ ଆସିନଥିଲେ। ପୋଲିସର ଦୀର୍ଘ ସମୟର ବୁଝାସୁଝା ସତ୍ତ୍ୱେ କୌଣସି ସୁଫଳ ମିଳିନଥିଲା।

ଶେଷରେ ରେଙ୍ଗାଳି ଆଇଆଇସି ଚଞ୍ଚଳ ନାୟକଙ୍କ ନେତୃତ୍ୱରେ ପୋଲିସ ଟିମ୍ ନିଜେ ମୃତଦେହର ଶେଷ ସତ୍କାର କରିଛନ୍ତି। ସୂଚନାଯୋଗ୍ୟ, ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ ହୋଇଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ସମ୍ପର୍କୀୟଙ୍କ ଏଭଳି ବିମୁଖ ସୀମାରେ ପୋଲିସର ଏହି ମହତ ପଦକ୍ଷେପକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି।

Share

Leave a Reply