ଧର୍ମପ୍ରାଣା ମହିଳା ନଳିନୀପ୍ରଭା ଦେହୁରୀଙ୍କ ପରଲୋକ:ପୂର୍ବତନ ସମିତି ସଭ୍ୟା, ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀଙ୍କ ପତ୍ନୀ; ମଧୁପୁରରେ ଶେଷକୃତ୍ୟ ସମ୍ପନ୍ନ

You are currently viewing ଧର୍ମପ୍ରାଣା ମହିଳା ନଳିନୀପ୍ରଭା ଦେହୁରୀଙ୍କ ପରଲୋକ:ପୂର୍ବତନ ସମିତି ସଭ୍ୟା, ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀଙ୍କ ପତ୍ନୀ; ମଧୁପୁରରେ ଶେଷକୃତ୍ୟ ସମ୍ପନ୍ନ

ଅନୁଗୁଳ: ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀଙ୍କ ଧର୍ମପତ୍ନୀ ତଥା ନନ୍ଦପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ନଳିନୀପ୍ରଭା ଦେହୁରୀ (୬୩)ଙ୍କ ଆଜି ପରଲୋକ ହୋଇଛି। କିଛି ଦିନ ହେଲା ଅସୁସ୍ଥ ଥିବା ଶ୍ରୀମତୀ ଦେହୁରୀ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ଣ ସମୟରେ ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ସମୟରେ ତାଙ୍କ ସ୍ୱାମୀ ନିରଞ୍ଜନ ଦେହୁରୀଙ୍କ ସମେତ ଦୁଇ ପୁଅ ମାନସ ରଞ୍ଜନ ଦେହୁରୀ ଓ ଶାନ୍ତନୁ ଦେହୁରୀ ଉପସ୍ଥିତ ଥିଲେ।

ତାଙ୍କ ମରଶରୀରକୁ ନିଜ ଗାଁ ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତର ମଧୁପୁର ଗାଁକୁ ଅଣାଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଜଣେ ଧର୍ମପ୍ରାଣା, ପରୋପକାରୀ ଓ ସହୃଦୟା ମହିଳା ଭାବେ ସ୍ୱର୍ଗତା ଦେହୁରୀ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ସେ ନନ୍ଦପୁର ପଞ୍ଚାୟତର ସମିତି ସଭ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ବନ୍ତଳା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Share

Leave a Reply