ସଚେତନତା ପୋଷ୍ଟର ଚିରିଲେ ଦୁର୍ବୃତ୍ତ, ଇଣ୍ଟରନ୍ୟାସନାଲ ହ୍ୟୁମାନ୍ ରାଇଟ୍ସ ଡିଫେଣ୍ଡର ପକ୍ଷରୁ ଥାନାରେ ଅଭିଯୋଗ

You are currently viewing ସଚେତନତା ପୋଷ୍ଟର ଚିରିଲେ ଦୁର୍ବୃତ୍ତ, ଇଣ୍ଟରନ୍ୟାସନାଲ ହ୍ୟୁମାନ୍ ରାଇଟ୍ସ ଡିଫେଣ୍ଡର ପକ୍ଷରୁ ଥାନାରେ ଅଭିଯୋଗ

ଅନୁଗୁଳ: ଅନୁଗୁଳ ସହରର ଥାନା ଛକରେ ଇଣ୍ଟରନ୍ୟାସନାଲ ହ୍ୟୁମାନ୍ ରାଇଟ୍ସ ଡିଫେଣ୍ଡର ପକ୍ଷରୁ ଲଗାଯାଇଥିବା ପୋଷ୍ଟରକୁ କେହି ଚିରି ଦେଇଥିବା ନେଇ ସଂସ୍ଥା ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।

ଇଣ୍ଟରନ୍ୟାସନାଲ ହ୍ୟୁମାନ୍ ରାଇଟ୍ସ ଡିଫେଣ୍ଡର ପକ୍ଷରୁ ଅଭିଯୋଗ ହୋଇଛି ଯେ ଦୁର୍ଗା ପୂଜା ଏବଂ ଲକ୍ଷ୍ମୀ ପୂଜା ପାଇଁ ପ୍ରସାର ପ୍ରଚାର ଲାଗି ବିଭିନ୍ନ ବିଭାଗ ପକ୍ଷରୁ ସହରରେ ପୋଷ୍ଟର ମରାଯାଇଛି। ସେହିପରି ଇଣ୍ଟରନ୍ୟାସନାଲ ହ୍ୟୁମାନ୍ ରାଇଟ୍ସ ଡିଫେଣ୍ଡର ପକ୍ଷରୁ ମଧ୍ୟ ଥାନା ଛକ ଠାରେ ଏକ ପୋଷ୍ଟର ମରା ଯାଇଥିଲା। କିନ୍ତୁ ସେହି ପୋଷ୍ଟରକୁ ଗତ କାଲି (୦୬/୧୧/୨୦୨୩) ବିଳମ୍ବିତ ରାତିରେ କେହି ଚିରି ଦେଇଛି। ଏହା ଦେଖି ଇଣ୍ଟରନ୍ୟାସନାଲ ହ୍ୟୁମାନ୍ ରାଇଟ୍ସ ଡିଫେଣ୍ଡର ପକ୍ଷରୁ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରି ଯଥା ଶୀଘ୍ର ଦୋଷୀଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

Leave a Reply