ମୁଖ୍ୟମନ୍ତ୍ରୀଙ୍କୁ ଅନୁଗୁଳ ବିଜେଡିର କୃତଜ୍ଞତା

You are currently viewing ମୁଖ୍ୟମନ୍ତ୍ରୀଙ୍କୁ ଅନୁଗୁଳ ବିଜେଡିର କୃତଜ୍ଞତା

ଅନୁଗୁଳ : ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଜିଲ୍ଲା ଗସ୍ତ ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଏକ ହୋଟେଲରେ ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତକୁ ସ୍ୱାଗତ କରାଯିବା ସହ କୃତଜ୍ଞତା ଜ୍ଞାପନ କରାଯାଇଛି। ଅନୁଗୁଳ ପୋରାଞ୍ଚଳରେ ମୁକ୍ତା ଯୋଜନାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୬ କୋଟି ୮୦ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ଜିଲ୍ଲା ବିଜେଡି ପକ୍ଷରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକଙ୍କ ପ୍ରତିନିଧି ଅରୁଣାଭ ସିଂହ ସୂଚନା ଦେଇଥିଲେ ଯେ, ପୌରାଞ୍ଚଳରେ ମୋଟ ୧୦୦ଟି ପ୍ରକଳ୍ପ ପାଇଁ ଏହି ଅର୍ଥରାଶି ଖର୍ଚ୍ଚ ହେବ। ଏଥିରେ ଓପନ ଜିମ, ପାର୍କର ଉନ୍ନତି କରଣ, ଭେଣ୍ଡିଙ୍ଗ ଜୋନ ଆଦି କରାଯିବ ବୋଲି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡିର ନଗର ସଭାପତି ବୃନ୍ଦାବନ ସ୍ୱାଇଁ, ରାଜ୍ୟ ଯୁବ ବିଜେଡି ଉପସଭ।ପତି ସୁଜିତ ଦ୍ବିବେଦୀ, ବିଶ୍ୱରଞ୍ଜନ ସାହୁ, ମହିଳା ସଭା ନେତ୍ରୀ ମାଳିନୀ ସର, ଛାତ୍ରନେତା ଦେବକାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply