କାୟାକଳ୍ପ ପୁରସ୍କାରରୁ ଅନୁଗୁଳ ମେଡ଼ିକାଲ ବାଦ୍ ପଡ଼ିଲା

0

ଅନୁଗୁଳ: ରାଜ୍ୟ ସରକାରଙ୍କ ମିଶନ ନିର୍ଦ୍ଦେଶାଳୟ ପକ୍ଷରୁ ସରକାରୀ ସ୍ବାସ୍ଥ୍ୟ ସେବା ପାଇଁ ପ୍ରଦାନ କରାଯାଉଥିବା କାୟ।କଳ୍ପ ପୁରସ୍କାର ଆଜି ୨୯ ମାର୍ଚ୍ଚ ରେ ଘୋଷଣା କରାଯାଇଛି।ଚଳିତ ବର୍ଷ ସବୁ ବିଭାଗରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରସ୍କାରରୁ ବଞ୍ଚିତ ହୋଇଚି। ଆବର୍ଜନା ନିଷ୍କାସନ,ସୁନ୍ଦର୍ ସବୁଜ ପରିବେଶ,ସୁରକ୍ଷା ବ୍ୟବସ୍ଥା,ଉତ୍ତମ ପାର୍କିଂ ବ୍ୟବସ୍ଥା, ଡ୍ରେନ ବ୍ୟବସ୍ଥା,ବୁଲା ଗାଈଗୋରୁଙ୍କ ଠାରୁ ମେଡ଼ିକାଲ କୁ ସୁରକ୍ଷା ଆଦି ବିଷୟକୁ ବିଚାରକୁ ନେଇ ଏହି ପୁରସ୍କାର ଦିଆଯାଏ। ଚଳିତ ବର୍ଷ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ମାଲକାନଗିରି ରାଜ୍ୟରେ ପ୍ରଥମ ଓ ସୁନ୍ଦରଗଡ ଜିଲ୍ଲା ଦ୍ଵିତୀୟ ସ୍ଥାନ ହାସଲ କରିଛି।ସତୁରୀ ପ୍ରତିଶତରୁ ଅଧିକ ନମ୍ୱର୍ ପାଇ ଅନ୍ୟ ୨୦ ଟି ଜିଲ୍ଲା ପ୍ରଶଂସାପତ୍ର ପାଇ ଥିବାବେଳେ ଅନୁଗୁଳ ଜିଲ୍ଲାକୁ ସେତକ ମିଳିନାହିଁ। ଆଶ୍ଵାସନା ର ବିଷୟ ଗୋଡ଼ିବନ୍ଧ,କଣିହାଁ ଏବଂ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଅନ୍ୟ ନଅଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ କେବଳ ପ୍ରଶଂସା
ପତ୍ର ମିଳିଛି।

Leave A Reply

Your email address will not be published.

error: Content is protected !!