ଅନୁଗୁଳରେ ୩୪ମିମି ବର୍ଷା ରେକର୍ଡ

You are currently viewing ଅନୁଗୁଳରେ ୩୪ମିମି ବର୍ଷା ରେକର୍ଡ

ଅନୁଗୁଳ: ଅଦିନିଆ ବର୍ଷାରେ ଭିଜିଛି ସାରା ଅନୁଗୁଳ ଜିଲ୍ଲା ମଙ୍ଗଳବାର ସନ୍ଧ୍ୟାରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ବର୍ଷା ବୁଧବାର ମଧ୍ୟ ଲାଗି ରହିଥିଲା। ଅପରାହ୍ନରୁ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଆଜି ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଜିଲ୍ଲାରେ ୟେଲୋ ୱାଣ୍ଡିଂ ଜାରି କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ବୁଧବାର ସକାଳ ସୁଦ୍ଧା ଅନୁଗୁଳ ବ୍ଲକରେ ସର୍ବାଧିକ ୩୪ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ବଅଁରପାଳରେ ୩୨.୪ ମିମି, କିଶୋରନଗରରେ ୨୮.୬ ମିମି, ଛେଣ୍ଡିପଦାରେ ୧୮.୧ ମିମି, ତାଳଚେରରେ ୧୫ ମିମି ବର୍ଷା ହୋଇଛି। ପାଳଲହଡ଼ା ଓ ଆଠମଲ୍ଲିକରେ ୧୨ ମିମି ଲେଖାଏଁ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହି ଅଦିନିଆ ବର୍ଷା ପାଇଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ଶୀତ ସାଙ୍ଗକୁ ବର୍ଷା ହେଉଥିବାରୁ ଲୋକମାନେ ଜରୁରୀ କାମ ନ ଥିଲେ ଘରୁ ବାହାରି ନାହାନ୍ତି। ସେଥିପାଇଁ ବୁଧବାର ଗାଁରୁ ସହର ସବୁଠି ମାନ୍ଦା ପରିବେଶ ସୃଷ୍ଟି ହୋଇଛି। ଅପରପକ୍ଷରେ ବର୍ଷା ପାଇଁ ପନିପରିବା ଫସଲ ନଷ୍ଟ ହୋଇଛି । ଖାଲୁଆ ଅଞ୍ଚଳରେ ପାଣି ଜମିରହିଛି।

Share

Leave a Reply