US CARE

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ନାବାଳକ ଗିରଫ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ନାବାଳକଙ୍କୁ ଗିରଫ କରିଛି। ସୂଚନା ଯେ, ୧୫ ବର୍ଷର ନାବାଳିକାଙ୍କୁ କଲିଏରୀ ଥାନା ଅନ୍ତର୍ଗତ ଦେଉଳବେଡ଼ା ଗାଁର ଜଣେ ୧୭ ବର୍ଷର ନାବାଳକ ଗତ ୪ ତାରିଖରେ ଅପହରଣ କରିଥିଲେ। ତାଙ୍କୁ ମନ୍ଦିରରେ ବିବାହ କରିଥିଲେ। ପରେ ନାବାଳିକାଙ୍କ ସହ ଶାରିରିକ ସମ୍ପର୍କ ରଖିଥିଲେ। ଏ ନେଇ ନାବାଳିକାଙ୍କ ପରିବାର ତରଫରୁ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗପାଇ ପୁଲିସ ଥାନା କେସ ନଂ ୩ରେ ଦଫା ୩୬୩ରେ ମାମଲା ରୁଜୁ କରାଯାଇଥିଲା। ତେବେ ବୁଧବାର ନାବାଳିକା ଉଦ୍ଧାର ଓ ନାବାଳକ ଗିରଫ ହେବାପରେ ଏହି ମାମଲାକୁ ଦଫା ୩୬୩, ୩୬୬(ଏ), ୩୭୬(ଆଇ)(ଏନ୍), ୩୭୬(୩) ଓ ପକ୍‌ସୋ ‌‌ ଆଇନର ଧାରା ୬ରେ ପରିବର୍ତ୍ତିତ କରାଯାଇଛି। ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଯାଇ ନାବାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳିକାଙ୍କୁ ସ୍ବାଧାର ଗୃହରେ ରଖାଯାଇଛି।

Leave A Reply

Your email address will not be published.