ବିଶ୍ବ କ୍ୟାନସର ଦିବସ ପାଳିତ: ତମାଖୁ ସେବନରୁ ନିବୃତ୍ତ ରହିବାକୁ ପରାମର୍ଶ

You are currently viewing ବିଶ୍ବ କ୍ୟାନସର ଦିବସ ପାଳିତ: ତମାଖୁ ସେବନରୁ ନିବୃତ୍ତ ରହିବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ବିଶ୍ବ କ୍ୟାନସର ଦିବସ ପାଳିତ ହୋଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତି ଅଧ୍ୟକ୍ଷତା କରି କହିଥିଲେ, ବିଶ୍ବ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରେ କ୍ୟାନସର ବା କର୍କଟ ରୋଗ ଅନ୍ୟତମ। ଏହି ରୋଗର ଲକ୍ଷଣ ଜାଣିବା ମାତ୍ରେ ତୁରନ୍ତ ଚିକିତ୍ସା କରାଇ ନେବା ନିହାତି ଦରକାର।

ଆଇଏମ୍ଏ ଅନୁଗୁଳ ଶାଖାର ଅଧ୍ୟକ୍ଷ ଡା.ବିଛନ୍ଦ ଚରଣ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କ୍ୟାନ୍ସରର ଲକ୍ଷଣ ଜାଣିବା ମାତ୍ରେ ବିଳମ୍ବ ନ କରି ଅଭିଜ୍ଞ କ୍ୟାନସର ଡାକ୍ତରଙ୍କ ସହ ପରାମର୍ଶ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। କର୍କଟ ରୋଗ ବିଶେଷଜ୍ଞ ଡା.ସିଲ୍ ମହାନ୍ତି କ୍ୟାନସର ରୋଗର କାରଣ, ଲକ୍ଷଣ, ପ୍ରତିକାର ସମ୍ପର୍କରେ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋକପାତ କରିବା ସହିତ ତମାଖୁ ସେବନରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। ଡା.ସୁଶାନ୍ତ କୁମାର ପଣ୍ଡା(ସର୍ଜରୀ କନସଲଷ୍ଟାଣ୍ଟ) ପିପିଟି ମାଧ୍ୟମରେ କ୍ୟାନସର ଉପରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡା.ବିଶ୍ବବିହାରୀ ମହାନ୍ତି, ଡା.ଅନ୍ତର୍ଯ୍ୟାମୀ ମିଶ୍ର, ଡା.ପୂର୍ତ୍ତମା ଉଦଗାତା, ଡା. ଧନଞ୍ଜୟ ବେହେରା, ଡା. ମାନସ ବିଶ୍ୱାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଏମ୍ଏନସିଡି ଅଜିତ ତ୍ରିପାଠୀ ସଂଚାଳନ କରିଥିଲେ।

Share

Leave a Reply