ଅନୁଗୁଳ ଏସ୍ଡ଼ିପିଓଙ୍କୁ ରାଜ୍ୟପାଳ ପୁଲିସ୍ ମେଡାଲ

You are currently viewing ଅନୁଗୁଳ ଏସ୍ଡ଼ିପିଓଙ୍କୁ ରାଜ୍ୟପାଳ ପୁଲିସ୍ ମେଡାଲ

ଅନୁଗୁଳ: ପୁଲିସ୍ ସେବାରେ ଉଲ୍ଲେଖନୀୟ
କାର୍ଯ୍ୟ ପାଇଁ ପୁରସ୍କୃତ ହେବେ ଅନୁଗୁଳ ଉପଖଣ୍ଡ ପୁଲିସ୍ ଅଧିକାରୀ ଅଶ୍ୱିନୀ କୁମାର ସାହୁ। ସୋମବାର ସନ୍ଧ୍ୟାରେ ରାଜ୍ୟ ଗୃହ ବିଭାଗ ତାଙ୍କ ନାମକୁ ରାଜ୍ୟପାଳ ପୁଲିସ୍ ମେଡାଲ୍ ପାଇଁ ଘୋଷଣା କରିଛି। ଆସନ୍ତା ସ୍ଵାଧୀନତା ଦିବସ ଅବସରରେ ସେ ପୁରସ୍କୃତ ହେବେ । ଏହି ସମ୍ମାନଜନକ ପୁରସ୍କାର ପାଇଁ ବିବେଚିତ ହେବା ପରେ ଶ୍ରୀ ସାହୁଙ୍କ ପାଖକୁ ଶୁଭେଚ୍ଛାର ସୁଅ
ଛୁଟିଛି । ୧୯୯୫ରେ ଏସଆଇ ଭାବରେ ନିଯୁକ୍ତି ପାଇଥିବା ଶ୍ରୀ ସାହୁ ଜଣେ ଦକ୍ଷ ପୁଲିସ୍ ଅଫିସର ବେଶ ସୁନାମ ଅର୍ଜନକରିଛନ୍ତି। ଉଲ୍ଲେଖନୀୟ ପୁଲିସ୍ ସେବା ପାଇଁ ସେ ଏହାପୂର୍ବରୁ ପୁଲିସ୍ ଡିସ୍କ ପୁରସ୍କାରରେ ପୁରସ୍କୃତ ହୋଇଥିଲେ ।

Share

Leave a Reply