୮ ରୁ ଅନୁଗୁଳ ଜିଲ୍ଲା ମହୋତ୍ସବ: ଆସୁଛନ୍ତି ଓଲିଉଡ୍ ଓ ବଲିଉଡର ବହୁତ ନାମୀ ଦାମୀ ତାରକା

You are currently viewing ୮ ରୁ ଅନୁଗୁଳ ଜିଲ୍ଲା ମହୋତ୍ସବ: ଆସୁଛନ୍ତି ଓଲିଉଡ୍ ଓ ବଲିଉଡର ବହୁତ ନାମୀ ଦାମୀ ତାରକା

ଅନୁଗୁଳ: ଆସନ୍ତା ୮ ତାରିଖରୁ ଆରମ୍ଭ ହେଉଛି ଅନୁଗୁଳ ଜିଲ୍ଲା ମହୋତ୍ସବ। ଏ ଅବସରରେ ସହରକୁ ଛୁଟିବ ବଡ଼ ବଡ଼ ତାରକାଙ୍କ ଆଗମନ। ମହୋତ୍ସବ ପାଇଁ ଆସୁଥିବା ତାରକାଙ୍କ ବିଧିବଦ୍ଧ ତାଲିକା ପ୍ରକାଶିତ କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟା ମ୍ୟୁଜିକ୍ ନାଇଟ୍‌ରେ ଆସିବେ ବଲିଉଡ୍ କଣ୍ଠଶିଳ୍ପୀ ଷ୍ଟେବିନ୍ ବେନ୍। ଏ ନେଇ ଶୁକ୍ରବାର ସକାଳେ ରାହଗିରି ମଞ୍ଚରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଘୋଷଣା କରିଛନ୍ତି ଏସ୍‌ ଜଗମୋହନ ମୀନା।

ସେହିପରି ୯ ତାରିଖ ସନ୍ଧ୍ୟାରେ ଆସୁଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଯୋଡ଼ି ସତେଚ୍ -ପରମ୍ପରା। ଏମାନଙ୍କୁ ଦେଖିବାକୁ ଜିଲ୍ଲା ବାସୀ ବେଶ୍ ଉତ୍ସାହିତ ଅଛନ୍ତି। ସେହିପରି ଉଦ୍‌ଯାପନୀ ସନ୍ଧ୍ୟାରେ ଇଣ୍ଡିଆନ୍ ଆଇଡଲ୍ ଫେମ୍ ସନମୁଖ ପ୍ରିୟାଙ୍କ ଗୀତର ତାଳେ ତାଳେ ଝୁମିବେ ଅନୁଗୁଳ ବାସିନ୍ଦା। ଶେଷ ସନ୍ଧ୍ୟାରେ ଓଡ଼ିଆ ରାପର୍ ବିଗ୍ ଡିଲ୍ ଓରଫ୍ ସମୀର ଋଷୁ ମହାନ୍ତି ମଧ୍ୟ ଆସୁଛନ୍ତି ନିଆରା ଅନ୍ଦାଜରେ ମନୋରଞ୍ଜନକରିବାକୁ। ତେବେ କେବଳ ଏତିକି ନୁହେଁ, ପୂରା ଉତ୍ସବରେ ଆହୁରି ଅନେକ ଓଲିଉଡ଼ ଓ ବଲିଉଡ ତାରକା ଅନୁଗୁଳ ଆସି ଦର୍ଶକଙ୍କ ମନୋରଞ୍ଜନ କରିବେ ବୋଲି ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଏକ ଭିଡିଓ ଜାରି କରି ଜିଲ୍ଲାବାସୀଙ୍କ ଉତ୍ସାହ ବଢ଼ାଇଛି ପ୍ରଶାସନ।

Share

Leave a Reply