ରାଜ୍ୟରେ ଖୁବଶୀଘ୍ର ଶସ୍ତା ହେବ ମଦ, ଲାଗୁ ହେଲା ନୂତନ ଅବକାରୀ ନୀତି

You are currently viewing ରାଜ୍ୟରେ ଖୁବଶୀଘ୍ର ଶସ୍ତା ହେବ ମଦ, ଲାଗୁ ହେଲା ନୂତନ ଅବକାରୀ ନୀତି

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଶସ୍ତା ହେବାକୁ ଯାଉଛି ମଦ। ଲାଗୁ ହେଲା ନୂଆ ଅବକାରୀ ନୀତି । ନୂତନ ଅବକାରୀ ନୀତି ଅନୁଯାୟୀ ରାଜ୍ୟ ସରକାର ବିଦେଶରେ ତିଆରି ହେଉଥିବା ବିଦେଶୀ ମଦ ଉପରୁ ଶୁଳ୍କ ହ୍ରାସ କରିଛନ୍ତି। ସେହିପରି ଆଉ ଠାକୁର କିମ୍ବା ବିଶିଷ୍ଟ ବ୍ୟକ୍ତିଙ୍କ ନାମ ମଦ ଦୋକାନରେ ରହି ପାରିବନି ବୋଲି ମଧ୍ୟ ନିୟମ ହୋଇଛି। ଅନ୍ୟପଟେ ରାଜ୍ୟ ଭିତରେ ତିଆରି ହେଉଥିବା ବିଦେଶୀ ମଦ ଉପରେ ଶୁଳ୍କ ପୂର୍ବ ଭଳି ରହିଛି। ରାଜ୍ୟରେ ଉଚିତ ମୂଲ୍ୟରେ ଉନ୍ନତ ମାନର ମଦ ଯୋଗାଇବା ଲକ୍ଷ୍ୟରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

ନୂଆ ନୀତି ଅନୁସାରେ, ଲାଇସେନ୍ସ ଫି, ମିନିମମ୍ ଗ୍ୟାରେଣ୍ଟେଡ୍ କୋଟା, ଯୋଗାଣକାରୀ, ପ୍ରସ୍ତୁତକାରୀ ସଂସ୍ଥା ଓ ବ୍ୟବସାୟୀଙ୍କ ପାଇଁ ଆବେଦନ ଫିସ୍ ବୃଦ୍ଧି ପାଇଛି। ସେହିପରି ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା ପରି ମହାନଗର ନିଗମରେ ପ୍ରିମିୟମ ଅଫ୍ ସପ୍ ଓପନିଂ କରିବା ନେଇ ମଧ୍ୟ ବ୍ୟବସ୍ଥା ରହିଛି । ଏଥିସହ ବାର୍ ଲାଇସେନ୍ସର ଦେୟ କମ୍ କରାଯାଇଛି ।

ନୂଆ ନୀତିରେ ଅବକାରୀ ବିଭାଗ ସମେତ ଗୁଇନ୍ଦା, ଏନଫୋର୍ସମେଣ୍ଟ ପାଇଁ କର୍ମଚାରୀଙ୍କ ନିୟୋଜନ, ଉତ୍ତମ ଭିତ୍ତିଭୂମି, ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ ପାଇଁ ନିଷ୍ପତ୍ତି ନିଆଯାଇଛି। ମଦ ବଜାରରେ ଯେଭଳି ଅନଭିଜ୍ଞ ଯୋଗାଣକାରୀ ସଂସ୍ଥା ପ୍ରବେଶ ନ କରିବେ ସେଥିପାଇଁ ପଞ୍ଜୀକରଣ କରିବା ନିୟମ ବି ଲାଗୁ କରିଛନ୍ତି ସରକାର।

Share

Leave a Reply