ହିମାଳୟ ଉଚ୍ଚ ଶିଖରରେ ମହାପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରକର ରଜତ

You are currently viewing ହିମାଳୟ ଉଚ୍ଚ ଶିଖରରେ ମହାପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରକର ରଜତ

ଅନୁଗୁଳ: ହିମାଳୟରେ ଚିତ୍ର ଆଙ୍କିଲେ ଓଡ଼ିଆ। ସ୍ଥାନୀୟ ବଅଁରପାଳ ବ୍ଲକ ଗାଙ୍ଗିଯୋଡ଼ି ଗାଁର ରଜତ ରଞ୍ଜନ ନାଥ ଓ ତାଙ୍କ ଟିମ୍ ହିମାଳୟର ୫୨୬୦ମିଟର ଉଚ୍ଚତାରେ ଭାରତମାତାଙ୍କ ସହ ତ୍ରିରଙ୍ଗା ଚିତ୍ର ଆଙ୍କିଛନ୍ତି।

ଗତ ଜୁନ୍ ୧୧ ତାରିଖରେ ଏନଏସି ପକ୍ଷରୁ ୧୦୦ ଜଣଙ୍କୁ ନେଇ ହିମାଚଳ ପ୍ରଦେଶର ୬୧୧୧ମିଟର ଉଚ୍ଚତା ବିଶିଷ୍ଟ ପର୍ବତକୁ ଯାତ୍ରା ଆରମ୍ଭ ହୋଇଥିଲା। ଏଥିରେ ୩ ଜଣ ଓଡ଼ିଆ ପର୍ବତାରୋହୀ ଯାଇଥିଲେ। ସେମାନେ ହେଉଛନ୍ତି ଗଣେଶ ଚନ୍ଦ୍ର ଜେନା, ତାଙ୍କ ଝିଅ ଐଶ୍ୱର୍ଯ୍ୟା ଏବଂ ରଜତ ରଞ୍ଜନ ନାଥ। ଜୁନ ୧୫ ରୁ ଆରମ୍ଭ ହୋଇଥିଲା ୧୦୦ ଜଣଙ୍କ ଏହି ଯାତ୍ରା। ୫୨୬୦ମିଟର ଉଚ୍ଚତାରେ ରଜତ ଭାରତ ମାତାଙ୍କ ସହ ତ୍ରିରଙ୍ଗା ଆଙ୍କିଥିଲେ। ଏଥିସହ ୫୨୩୫ ମିଟର ଉଚ୍ଚତାରେ ଲଦାଖ ଠାରେ ମେ ୨୭ରେ ସଡକ ଦୁର୍ଘଟଣାରେ ସହିଦ ହୋଇଥିବା ଯବାନଙ୍କ ପ୍ରତିଛବିକୁ ଗୁଡ଼ି ମାଧ୍ୟମରେ ଉଡ଼ାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏଥିସହ ୧୬,୦୦୦ଫୁଟ ଉପରେ ପଥର ଦେହରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଏବଂ ଅନୁଗୁଳର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢୀଙ୍କ ଚିତ୍ର ଆଙ୍କିଥିଲେ।

ତେବେ ପ୍ରବଳ ବରଫ ଝଡ଼ ହେବା ଯୋଗୁଁ ଜୁନ ୨୨ ତାରିଖରେ କ୍ୟାମ୍ପ ୧ ଏ, ବି, ସିରୁ ପର୍ବତ ଆରୋହଣ କରିବାକୁ ଅନୁମତି ଦିଆନଯାଇଥିବାରୁ ମିଶନକୁ ଅଧାରୁ ବନ୍ଦ କରି ଦିଆଯାଇଛି।

Share

Leave a Reply