ଅନୁଗୁଳ: ରାଜ୍ୟର ସାତଗୋଟି ପ୍ରଦୂଷଣ ବହୁଳ ସହର ମଧ୍ୟରେ ଅନୁଗୁଳ ଓ ତାଳଚେର ରହିଛି। ଏହି ପ୍ରଦୂଷଣ ଦ୍ୱାରା ବ୍ୟାପକ ସ୍ୱାସ୍ଥ୍ୟହାନୀ ଘଟିବା ସହ ଅନେକେ ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି। ଏନଜିଟିର ପରାମର୍ଶ କ୍ରମେ ରାଜ୍ୟ ସରକାର ଏଥିନେଇ ଏକ ଆକ୍ସନ ପ୍ଲାନ କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ତତ୍ୱାବଧାନରେ ଏଆର କ୍ୱାଲିଟି ମନିଟରିଂ କମିଟି ଗଢା ଯାଇ ଏହି ସବୁ ସହର ଗୁଡିକର ପ୍ରଦୂଷଣ ଓ ଏହାର ନିରାକରଣ ନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ,ନଗର ଉନ୍ନୟନ ବିଭାଗ,ପରିବହନ ବିଭାଗ ଓ କୃଷି ବିଭାଗକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାୟୁରେ ଥିବା ଧୂଆଁ ଓ ଧୂଳିକୁ କିଭଳି ଅତ୍ୟାଧୁନିକ ଉପାୟରେ କମାଯାଇ ଏକ ଶୁଦ୍ଧ ପରିବେଶ କରାଯିବ ସେଥିନେଇ ଯୋଜନା ମଧ୍ୟ ପ୍ରସ୍ତୁତ ହେବ।ରାଜ୍ୟର ଅନ୍ୟ ପ୍ରଦୂଷିତ ସହର ମଧ୍ୟରେ କଟକ,ଭୁବନେଶ୍ୱର,କଳିଙ୍ଗନଗର,ଝାରୁସୁଗୁଡ଼ା ଆଦି ରହିଛି ।
ଅନୁଗୁଳ ତାଳଚେର ପ୍ରଦୂଷଣ ନିୟନ୍ତ୍ରଣ: କାର୍ଯ୍ୟକାରୀ ହେବ ରାଜ୍ୟ ଆକ୍ସନ ପ୍ଲାନ
- Post published:December 27, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
