ଦିଲ୍ଲୀ ଗଲା ଅନୁଗୁଳର ମିଠା ଆମ୍ରପାଲି ଆମ୍ବ, ଚାଷୀଙ୍କ ପାଇଁ ଫିଟିଲା ରୋଜଗାରର ନୂଆ ବାଟ

You are currently viewing ଦିଲ୍ଲୀ ଗଲା ଅନୁଗୁଳର ମିଠା ଆମ୍ରପାଲି ଆମ୍ବ, ଚାଷୀଙ୍କ ପାଇଁ ଫିଟିଲା ରୋଜଗାରର ନୂଆ ବାଟ

ଅନୁଗୁଳ: ଦିଲ୍ଲୀ ଗଲା ଅନୁଗୁଳ ଆମ୍ବ। ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ଆମ୍ବକୁ ଆଜି ଦିଲ୍ଲୀ ବଜାରକୁ ପଠାଯାଇଛି। ଫଳରେ ଉଦ୍ୟାନ କୃଷି କରୁଥିବା ଚାଷୀଙ୍କ ପାଇଁ ରୋଜଗାରର ବାଟ ଫିଟିଛି। ଜିଲ୍ଲାର ବଛା ବଛା ଆମ୍ବ ଚାଷୀଙ୍କ ଠାରୁ ଉନ୍ନତ ମାନର ଆମ୍ରପାଲି ଆମ୍ବ କିଣା ଯାଇ ଫ୍ରେସ ପ୍ରଡ୍ୟୁସର ସୋସାଇଟି ମାଧ୍ୟମରେ ଦିଲ୍ଲୀର ନାମକରା ସଂସ୍ଥା ସଫଳ ମଦର ଡାଏରୀକୁ ବିକ୍ରି କରାଯାଇଛି।

ଆଜି ପ୍ରଥମ ଦଫାରେ ପ୍ରାୟ ୧୪ କ୍ୱିଣ୍ଟାଲ ଆମ୍ବ ଉତ୍କଳ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ପଠାଯାଇଛି। ଏ ଅବସରରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ ସାହୁ ଓ ମଦର ଡାଏରୀର ଅଧିକାରୀମାନେ ଷ୍ଟେସନରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

Share

Leave a Reply